July 2, 2026

ଉମରକୋଟ ଠାରେ ମଲ୍ଟି ପର୍ପୋସ ସ୍ପୋର୍ଟ୍ସ ଏକାଡେମୀ ପକ୍ଷ ରୁ ମିନି ମାରାଥନ ଅନୁଷ୍ଠିତ………

IMG-20260209-WA0015
Share

 

ଉମରକୋଟ :- (ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ମଲ୍ଟି ପରପଜ୍

ସ୍ପୋର୍ଟସ ଏକାଡେମୀ ପକ୍ଷରୁ ଆଜି ଏକ ମିନି ମାରାଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି l ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ତଥା କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ସକାଳ ୮ଟା ରୁ ଅଧିକାରୀ ଗୁଡା ଓଭର ବ୍ରିଜ ଠାରୁ ଏହି ମାରାଥନ ବାହାରି ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଉଦଯାପିତ ହୋଇଥିଲା l ଉମରକୋଟ ତହସିଲଦାର ଶ୍ରୀ ମେଗବାନ ବାଗ ଏହାର ଉଧଘ।ଟନ କରି ପତାକା ହଲାଇ ଏହାର ଶୁଭାରମ୍ଭ କରିଥିଲେ । ବିଭିନ୍ନ ଅନୁଷ୍ଠାନରୁ ୧୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ଉକ୍ତ ମାରାଥନଟି ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ବିପିନ କୁମାର ବାଘଙ୍କ ତତ୍ତ୍ଵବଧାନରେ ତଥା ଉପ ନିରୀକ୍ଷକ ଶ୍ରୀ ଅକ୍ଷୟ କୁମାର ମିଶ୍ର,ସହାୟକ ଉପ ନିରୀକ୍ଷକ ବିଶ୍ୱରଞ୍ଜନ ପାଢ଼ୀ ଓ ଶ୍ରୀ ନରେନ୍ଦ୍ର ଗୋଲାପୀ ଙ୍କ ପ୍ରତକ୍ଷ୍ୟ ସହଯୋଗରେ ସମାପନ ହୋଇଥିଲା l ସେହିଭଳି ମେଡିକାଲ ଅଫିସର ପୂଜାରୀଗୁଡା ଡା.ଅଜୟ କୁମାର ପ୍ରଧାନ,ଡା.ପଦ୍ମିନୀ ସାହୁ, ଫାର୍ମାସିଷ୍ଟ ଶ୍ରୀ ରଞ୍ଜନ କୁମାର ଜେନା, ଅଶୋକ କୁମାର ସାହୁ,ସଭାପତି ଗୁରୁକୃପା ଶିକ୍ଷାନୁଷ୍ଠାନ ଶ୍ରୀ ମନୋଜ କୁମାର ପାଢ଼ୀ,କ୍ରୀଡା ଶିକ୍ଷକ ଶ୍ରୀ ବ୍ରଜବନ୍ଧୁ କାଣ୍ଡି,ଶ୍ରୀ କିଶୋର ଚନ୍ଦ୍ର ସିଲ,ମହିଳା ସଂଯୋଜିକା ଜିଲ୍ଲା କ୍ରୀଡା ସଙ୍ଘ ଇଂ. ଚନ୍ଦନା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ l ପରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ଏ ଠାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କାର୍ଯ୍ୟନିର୍ବାହୀ ଅଧିକାରୀ ଉମରକୋଟ ପୌରପରିଷଦ ଆଲୋକ କୁମାର ଅନୁଗୁଳିଆ ଯୋଗ ଦେଇ ପରିଚାଳନା ନିର୍ଦେଶକ ମଲ୍ଟି ପର୍ପୋସ ସ୍ପୋର୍ଟ୍ସ ଏକାଡେମୀ ଏମ. ବିଜୟ କୁମାରଙ୍କ ଉଦ୍ୟମକୁ ବେଶ ପ୍ରଶଂସା କରାଯାଇଥିଲା। ମିନିମାରାଥନରେ ଅଂଶଗ୍ରହଣ କରିଥିବା ସମସ୍ତ ପୁରୁଷ ଓ ମହିଳା ବିଭାଗୀୟ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଉଭୟ ବିଭାଗରେ କୃତିତ୍ୱ ହାସଲ କରିଥିବା ଶ୍ରେଷ୍ଠ ୧୦ ଜଣଙ୍କୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା ଓ ଉଭୟ ପୁରୁଷ ଓ ମହିଳା ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ କ୍ରୀଡ଼ାବିତଙ୍କୁ ୬୦୦୦ ଟଙ୍କା,ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା କୃତୀ କ୍ରୀଡ଼ାବିତଙ୍କୁ ୪୦୦୦ ଟଙ୍କା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ କ୍ରୀଡ଼ାବିତଙ୍କୁ ୨୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା l

You may have missed