୧୫ ତମ ରୂପସା ମହୋତ୍ସବ ଏବଂ ମହାପ୍ରଭୁ ଜଗନ୍ନାଥ ଙ୍କ ଦ୍ବିତୀୟତମ ୩୨ ବେଶ କାର୍ଯ୍ୟକ୍ରମ
ବାଲେଶ୍ବର ( ଦେବାଶିଷ ଦାଶ )
ଆସନ୍ତା ଫେବୃଆରୀ ୬ ତାରିଖରୁ ଆରମ୍ଭ ହେବ
୧୫ ତମ ରୂପସା ମହୋତ୍ସବ ଏବଂ ମହାପ୍ରଭୁ ଜଗନ୍ନାଥ ଙ୍କ ଦ୍ବିତୀୟତମ ୩୨ ବେଶ କାର୍ଯ୍ୟକ୍ରମ,ଏନେଇ ମହୋତ୍ସୋବ ପଡ଼ିଆ ନିକଟରେ ମହୋତ୍ସବ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି, ସୂଚନା ଅନୁଯାୟୀ ଚଳିତ ବର୍ଷ ରୂପସା ମହୋତ୍ସବ ତାର ୧୫ ତମ ବାର୍ଷିକ ଉତ୍ସବ ପାଳନ କରିବା ସହ ମହା ପ୍ରଭୁ ଜଗନ୍ନାଥ ଙ୍କ ୩୨ ବେଶ୍ ମଧ୍ୟ ଅନୁଷ୍ଠିତ ହେବ। ୫ ତାରିଖ ଦିନ ୩୨ ବେଶ ଉପଲକ୍ଷେ ନିକଟସ୍ଥ ଆଙ୍କ ପଦ୍ମକିଶୋର ପୋଖରୀ ରୁ ମହୋତ୍ସବ ପଡିଆ ପର୍ଯ୍ୟନ୍ତ କଳସ ଶୋଭା ହେବ, ୬ ତାରିଖ ରୁ ୧୧ ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟାରେ ଶୋଭା କାର୍ଯ୍ୟ ,ପରେ ଜଗନ୍ନାଥ ଙ୍କ ପ୍ରବଚକ ଜିତୁ ଦାସ ଙ୍କ ଦ୍ଵାରା ଜଗନ୍ନାଥ କଥାମୃତ କାର୍ଯ୍ୟକ୍ରମ , ଟିଭି ପରଦାର ସୁନାମ ଧନ୍ୟ ଅଭିନେତା ଅଭିନେତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ ଅଞ୍ଚଳ ରୁ ଆସିଥିବା ପିଲା ମାନଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା ସହ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୮ ତାରିଖ ଜଗନ୍ନାଥ ଙ୍କ ୩୨ ବେଶ ଉପଲକ୍ଷେ ସମ୍ବାଦ ଆମ ଓଡ଼ିଶା ଓ ମହୋତ୍ସବ କମିଟି ମିଳିତ ଆନୁକୁଲ୍ୟରେ
ଏକ ରକ୍ତଦାନ ଶିବିର ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି,ଟ୍ରାଫିକ ପାଇଁ ଉଭୟ ପାର୍ଶ୍ଵରେ ସାଇକେଲ , ମୋଟର ସାଇକେଲ ଓ କାର ଷ୍ଟାଣ୍ଡ ମଧ୍ୟ କରାଯିବ , ଶାନ୍ତି ଶୃଙ୍ଖଳା ପାଇଁ ୫୦ ଜଣିଆ ପ୍ରତିନିଧି ଦଳ ବଛା ଯାଇଛି,ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ର ସହାୟତା ନିଆ ଯାଇଛି।
