ବାହା ହେବାପାଇଁ ରାଜି ହେଲେନି ପ୍ରେମିକା ଜୀବନ ହାରିଲେ ପ୍ରେମିକ
L
ବାଲେଶ୍ବର ( ଦେବାଶିଷ ଦାଶ )
ବାଲେଶ୍ଵରର ପୁଅ। ଭୁବନେଶ୍ଵରର ଝିଅ। ଫେସବୁକରେ ପ୍ରେମ . ସାତ ବର୍ଷର ପ୍ରେମ ପରେ ବିବାହ କରିବାକୁ ରାଜି ହେଲାନି ପ୍ରେମିକା। ଶେଷରେ ଜିବନ ହାରିଲେ ପ୍ରେମିକ। ବାଲେଶ୍ଵର ଚାନ୍ଦିପୁର ଥାନା ହିଡିଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପ୍ରେମ ଜନିତ କାରଣରୁ ଜୀବନ ହାରିଛନ୍ତି ଯୁବକ। ମୃତ ଯୁବକ ହେଲେ ରାଜିବ ମାଝି। ସେ ଗତକାଲି ରାତି ପ୍ରାୟ ୧୦ ଟା ସମୟରେ ନିଜ ଘରେ ଖାଇବା ପରେ ବେଡରୁମରେ ଶୋଇଥିଲେ। ସକାଳ ପ୍ରାୟ ୫ଟା ସମୟରେ ଏକ ଇନଷ୍ଟାଗ୍ରାମରେ ଏକ ରିଲ ମଧ୍ୟ ପକାଇଥିଲେ। ତା’ପରେ ଫ୍ୟାନରେ ଏକ ଗାମୁଛା ଦ୍ବାରା ଝୁଲିପଡିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
