ସାମ୍ବାଦିକଙ୍କ ମାତୃ ବିୟୋଗ
ବେଲଗୁଣ୍ଠା,୨୬/୦୮, ଦୈନିକ ଖବର କାଗଜ ଧରିତ୍ରୀର ବେଲଗୁଣ୍ଠା ବ୍ଳକ୍ ପ୍ରତିନିଧି ତଥା ବେଳଗୁଣ୍ଠା ପ୍ରେସକ୍ଲବ୍ ସଦସ୍ୟ କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ମାଆ ସୁଦେଷ୍ଣା ପଟ୍ଟନାୟକ ୬୨ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ସେ କିଛି ଦିନ ହେବ ମସ୍ତିଷ୍କ ଜନିତ ସମସ୍ୟାରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ। ମଙ୍ଗଳବାର ରାତି ଗୋଟାଏ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ସେ ପରଲୋକ ଗମନ କରିଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ବାମୀ କାମଦେବ ପଟ୍ଟନାୟକ,ଦିଅର ଗଜେନ୍ଦ୍ର ପଟ୍ଟନାୟକ,ପୁଅ ଜଗନ୍ନାଥ ପଟ୍ଟନାୟକ, ସତ୍ୟ ନାରାୟଣ, କୃଷ୍ଣଚନ୍ଦ୍ର,ଭାଇ ସୁଧୀର , ସୁଶିଳ ,ପୁତୁରା ଜଗତ ,ରାକେଶ ,ଭଉଣୀ,ନଣନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ସୁଦେଷ୍ଣା ଜଣେ ଧର୍ମପରାୟଣ ଏବଂ ପରୋପକାରୀ ମହିଳା ଭାବରେ ଗୋଵରା ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ତାଙ୍କୁ ଭୁବନେଶ୍ୱରରୁ ଅନ୍ତିମ ଦର୍ଶନ ନିମନ୍ତେ ଗୋବରା ସ୍ଥିତ ନିଜ ବାସ ଭବନକୁ ଅଣାଯାଇ ସେଠାରୁ ଶେଷକୃତ୍ୟ ନିମନ୍ତେ ପୁରୀ ସ୍ବର୍ଗଦ୍ବାରକୁ ନିଆଯାଇଥିଲା। ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପାଇ ବେଲଗୁଣ୍ଠା ପ୍ରେସକ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର, କୋଷାଧ୍ୟକ୍ଷ ବିଭୂପାଦ ଜେନା,ଉପଦେଷ୍ଟା ସନ୍ତୋଷ ବିଷୋୟୀ, ସାମ୍ବାଦିକ ପଞ୍ଚାନନ ସାହୁ,ତୋଫାନ ସାହୁ,ସୁଧାଂଶୁ ଶେଖର ବିଷୋୟୀ,ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଅନ୍ୟମାନଙ୍କ ମଧରେ ଗୋବରା ସେବା ସମବାୟ ସମିତି ସଭାପତି ରଙ୍କନିଧି ସ୍ୱାଇଁ,ସବ୍ୟସାଚୀ ନାୟକ,ଅଜିତ୍ ମହାରଣା,ବିଶ୍ଵନାଥ ରାଜୁ,ସୁରେଶ ସାହୁ,ବିଶ୍ୱଜିତ୍ ସାହାଣୀ,ସନ୍ତୋଷ ଖୁଣ୍ଟିଆ,କୈଳାସ ସାହୁ,ବାବୁ ରାଜୁ,ବୁଲୁ ସାହୁ,ଜିତୁ ମହାରଣା,ବିଜୟ ସାହୁ,ସନ୍ତୋଷ ସାହୁ,ଉପେନ୍ଦ୍ର ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ତାଙ୍କ ବାସ ଭବନରେ ସୁଦେଷ୍ଣାଙ୍କର ଅନ୍ତିମ ଦର୍ଶନ କରି ଗଭୀର ଶୋକ ବ୍ୟକ୍ତ କରିଥିଲେ।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ
