ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ଜନ ଆରୋଗ୍ୟ ସମିତି ସମ୍ମିଳନୀ
ବାଲେଶ୍ବର ( ଦେବାଶିଷ ଦାଶ )
ବାଲେଶ୍ଵର ଆୟୁଷ୍ମାନ କଲ୍ୟାଣମଣ୍ଡପରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ଜନ ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ ଯୋଗଦେଇ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଭୂମିଆ ଗୁରତ୍ବ ବହନ କରିଥାଏ, ତେଣୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରି ସେମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥିଭାବେ ପ୍ରଭାତ କୁମାର ବେହେରା, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଜ୍ୟୋସ୍ନା ମହାନ୍ତି ପ୍ରମୁଖ ଯୋଗଦେଇ ପଞ୍ଚାୟତ ତଥା ଗ୍ରାମରେ ସ୍ବାସ୍ଥ୍ୟ ସେବା ସୁଦୃଢ କରିବା ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ମତପୋଷଣ କରିଥିଲେ। ଏହି ଅବସରରେ ଉତ୍ତମ କାର୍ଯ୍ୟ ପାଇଁ ଜିଲ୍ଲାର ଶ୍ରେଷ୍ଠ ଆଶା, ଗାଁ କଲ୍ୟାଣ ସମିତି ଓ ଜନ ଆରୋଗ୍ୟ ସମିତିକୁ ପୁରଷୃତ କରାଯାଇଥିଲା। ପରିଶେଷରେ ସାଂସ୍କୃତିକ ପରିବେଷିତ ହୋଇଥିଲା।
