ଜଗନ୍ନାଥ ମନ୍ଦିରର ୭ମ ସ୍ୱନକ୍ଷତ୍ର ଉତ୍ସବ:ଅଷ୍ଟପ୍ରହରୀ ନାମଯଜ୍ଞ…

jagn
Share

ସମ୍ବଲପୁର :ଯୁଯୋମୁରା ବ୍ଲକ୍ ଡଙ୍ଗରପଡା ଠାରେ ଥିବା ଜଗନ୍ନାଥ ମନ୍ଦିରର ୭ମ ସ୍ୱନକ୍ଷତ୍ର ଉତ୍ସବ ଆଜି ପାଳିତ ହୋଇ ଅଷ୍ଟପ୍ରହରୀ ମହାମନ୍ତ୍ର ଏବଂ ଜଗନ୍ନାଥ ମନ୍ଦିରରେ ସତ୍ୟନାରାୟଣ ପୂଜା ଅନୁଷ୍ଠିତ ହୋଇଛି।ଏହି ଅବସରରେ ଅଷ୍ଟପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇ ଆସନ୍ତାକାଲି ପୂର୍ଣ୍ଣାହୁତି,ନଗର ଭ୍ରମଣ ଓପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି।ଏଥିପାଇଁ ଗତକାଲି ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା।ସତ୍ୟନାରାୟଣ ପୂଜାରେ ସଞ୍ଜିବ କୁମାର ପଣ୍ଡା ଓ ସଙ୍ଗୀତା ପଣ୍ଡା କର୍ତ୍ତା ଦାୟିତ୍ୱ ବହନ କରିଥିବା ବେଳେ ନାମଯଜ୍ଞରେ ଅଶ୍ୱିନୀ ପ୍ରଧାନ ଓ ମିନୁ ପ୍ରଧାନ କର୍ତ୍ତା ଦାୟିତ୍ୱ ସଂପାଦନ କରୁଛନ୍ତି। ଉଭୟ ପୂଜାରେ ପଣ୍ଡିତ ଶାସ୍ୱତ କୁମାର ପଣ୍ଡା(ରାଜା)ପୌରହିତ୍ୟ କରିଥିଲେ।ଡଙ୍ଗରପଡାର ବ୍ରାହ୍ମଣପଡା ଓ କନ୍ଧପଡାରେ ଚାଲିଥିବା ଏହି ୩ ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମକୁ କମିଟିର କାର୍ଯ୍ୟକାରୀ ସଭାପତି ତଥା ଡଙ୍ଗରପଡା ସରପଞ୍ଚ୍ ଅୟସକାନ୍ତ ବଡପଣ୍ଡାଙ୍କ ତତ୍ତ୍ୱାବଧାନରେ ସଂପାଦକ ବିଶ୍ୱଜିତ ମାଝୀ,ଦିଲ୍ଲିପ କୁମାର ପଣ୍ଡା,ଉମେଶ ବଡପଣ୍ଡା,ରାଜେଶ ପଣ୍ଡା,ଶ୍ରୀମତ୍ ପ୍ରଧାନ,ବଂଶିଧର ବେହେରା,ହରିହର ଭୋଇ,ପୀତବାସ ମାଝୀ ଓ ଶଶୀ ଭୂଷଣ ବେହେରା ପରିଚାଳନା କରୁଛନ୍ତି।ପ୍ରଥମ ଦିବସରେ ଡା.ରାଜାରାମ ଷଡଙ୍ଗୀ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ନାମ ସଂକୀର୍ତ୍ତନରେ ଅଂଶ ଗ୍ରହଣ କରିଥିଲେ।
ଏଠାରେ ସୂଚନା ଯୋଗ୍ୟଯେ,ପ୍ରତିବର୍ଷ ପରି ଚଳି ଆସୁଥିବା ପାରମ୍ପାରିକ ପଖାଳ ଉତ୍ସବ ଆସନ୍ତା ୩ ତାରିଖ ଦିନ ଅପରାହ୍ନରେ ପାଳନ କରାଯିବ।ଏହି ପଖାଳ ଉତ୍ସବରେ ସମସ୍ତ ଗ୍ରାମବାସୀ ଓ ଭକ୍ତଜନଙ୍କ ପଖାଳ ଭାତରେ ଶାଗ,ଭଜା ଭଳି ବିଭିନ୍ନ ସୁସ୍ୱାଦ ଖାଦ୍ୟରେ ଏକ କାଳିନ ବସି ଆପ୍ୟାୟିତ କରାଯାଇଥାଏ।