May 18, 2024

ଉତ୍କଳ ପରିଷଦ ତରଫରୁ ଓଡ଼ିଶା ଦିବସ ପାଳନ…

Share

ନବରଙ୍ଗପୁର:-ଉତ୍କଳ ଦିବସ ମହସମରୋହୋରେ ପାଳନ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ର ବିଶିଷ୍ଟ ସମାଜସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଜଗଦୀଶ ଚନ୍ଦ୍ର ତ୍ରିପାଠୀ ମୂଖ୍ୟ ବକ୍ତା, ଅନୁଷ୍ଠାନର ଉପଦେଷ୍ଟା ଶ୍ରୀ ଦେବେନ୍ଦ୍ର ପ୍ରଧାନ , ଉପସଭାପତି ଶ୍ରୀମତୀ ପ୍ରଭାସିନୀ ମହାନ୍ତି ସମ୍ମାନିତ ଅତିଥି ଙ୍କ ସହ ସାଧାରଣ ସଂପାଦକ ତପନ ବିଷୋୟୀ ସାଂଗଠନିକ ସମ୍ପlଦକ ଅଧ୍ୟାପକ ଅଖିଳ କୁମାର ଭଟ୍ଟ ପ୍ରମୁଖ ମଞ୍ଚାସିନ ଥିଲେ l ସର୍ବପ୍ରଥମେ ସାଙ୍ଗଠନିକ ସଂପାଦକ ଶ୍ରୀ ଭଟ୍ଟ ସ୍ଵାଗତ ଭାଷଣ ପ୍ରଦାନ କରି ଅତିଥି ମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିବା ବେଳେ ଯୁଗ୍ମ ସଂପାଦକ ଗୋପାଳ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ l ଅନୁଷ୍ଠାନର ସଭାପତି ଶ୍ରୀ ବିଜୟ କୁମାର ଚୌଧୁରୀ କାର୍ଯ୍ୟକ୍ରମର ସଭାପତିତ୍ବ କରିଥିବା ବେଳେ ଅନୁଷ୍ଠାନର ଆଜୀବନ ସଭ୍ୟ ପୁର୍ଣ୍ଣ ଚନ୍ଦ୍ର ମହପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ lଶେଷରେ ରବିକାନ୍ତ ରଘୁରାମ ଧନ୍ୟବାଦ ଅର୍ପଣ କରିଥିଲେ l ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଦ୍ୱାରା ସହରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ରେ ଉପସ୍ଥିତି ସଭ୍ୟ ସଭ୍ୟା ଙ୍କ ଦ୍ବାରା ସାମୁହିକ ବନ୍ଦେ ଉତ୍କଳଜନନୀ ଗାନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମର ଉପସ୍ଥିତ ରହି ଅତିଥି ମାନେ ଅତୀତରେ ଯେଉଁ ମହାମନିଷୀ ମାନଙ୍କ ତ୍ୟାଗ ଓ ବଳିଦାନ ଫଳରେ ଏକ ସ୍ବତନ୍ତ୍ର ଉତ୍କଳ ପ୍ରଦେଶର ମାନ୍ୟତା ପାଇଥିଲା ଏବଂ ଆଗାମୀ ଦିନରେ ମଧ୍ୟ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟର ପରିଣତ କରିବା ପାଇଁ ଶପଥ ନେବା ପାଇଁ ପରାମର୍ଶ ଦେଇଥିଲେ l
ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମର ଡ ସାଇ ରମେଶ ରାଓ ଙ୍କ ସଭାପତିତ୍ବରେ ଏବଂ ହୃଷୀକେଶ ଦାଶ,ନାଟ୍ୟକାର ଜଗନ୍ନାଥ ବେହେରା ଓ ଜlହ୍ନବି ପଣ୍ଡାଙ୍କ ବଳିଷ୍ଠ ସଂଯୋଜନାରେ ଏକ ସୁନ୍ଦର କବିତା ପାଠ କାର୍ଯକ୍ରମ ଆୟୋଜନ ହୋଇଥିଲା l ଉକ୍ତ କାର୍ଯକ୍ରମ ରେ ବହୁ ସାହିତ୍ୟିକ ଓଡ଼ିଶା ଦିବସ ସମ୍ପର୍କରେ ସ୍ୱରଚିତ କବିତା ଆବୃତ୍ତି କରି ଅତିଥି ମାନଙ୍କ ଦ୍ବାରା ଉପଢ଼ୌକନ ଓ ମାନପତ୍ର ଦ୍ବାରା ସମ୍ମାନୀତ ହୋଇଥିଲେ l ଉକ୍ତ କlର୍ଯ୍ୟକର୍ମରେ ଯୁଗ୍ମ ସଂପାଦକ ମନୋଜ ପଟ୍ଟନାୟକ, ଦାଶରଥି ପଟ୍ଟନାୟକ, ହୃଷିକେଶ ଦାଶ ,ବିଷ୍ଣୁପ୍ରିୟା କରସୁଧା ପଟନାୟକ ,ବାଙ୍କ ବିହାରୀ ବିଷୋୟୀ , ସୁବାଷ ପଣ୍ଡା ଶରତ ମହାପାତ୍ର,ନିଳାଦ୍ରୀ ହରିଜନ ,ସଞ୍ଜୀବ ତ୍ରିପାଠୀ ,ହରିହର ନାୟକ, ସୁବାସ ଚନ୍ଦ୍ର ବିଷୋୟୀ, ରଞ୍ଜିତ ତ୍ରୀପାଠୀ ,ସଞ୍ଜୀବ କୁମାରସିଂହ ,ବିମଳ ଲୋଚନ ମହାନ୍ତି , ମିତ୍ରଭାନୁ ସତନlମି, ରମେଶ ଟାକ୍ରୀ, ନବୀନ ଚନ୍ଦ୍ର ନାୟକ ପ୍ରମୁଖ ଓଡ଼ିଆ ପ୍ରେମୀ ଯୋଗଦେଇ କାର୍ଯକ୍ରମ କୁ ସlଫଲ୍ୟ ମଣ୍ଡିତ କରିଥଲେ l

(ନବରଙ୍ଗପୁର ଜିଲ୍ଲା ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)