June 21, 2026

ଜନ୍ମଦିନକୁ ନିଆରା ଢଙ୍ଗରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଗହଣରେ ପାଳନ କଲେ ଯୁବ ସମାଜସେବୀ ରଞ୍ଜିତ….

njnj
Share


ଛତ୍ରପୁର- ଜନ୍ମଦିନକୁ ନିଆରା ଢଙ୍ଗରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଗହଣରେ ପାଳନ କଲେ ଯୁବ ସମାଜସେବୀ ରଞ୍ଜିତ ରଥ । ଗଞ୍ଜାମ ଜିଲ୍ଲାର ଛତ୍ରପୁର ଅଞ୍ଚଳରେ ଗତ କିଛି ମାସ ଧରି ସାଧାରଣ ଜନତା ଙ୍କର ସେବା କରି ଆସୁଥିବା ରଞ୍ଜିତ ନିଜର ଜନ୍ମଦିନକୁ ଟିକେ ନିଆରା ଢଙ୍ଗରେ ପାଳନ କରିବେ ବୋଲି ଯୋଜନା କରିବା ସହିତ ଛତ୍ରପୁର ଠାରେ ରହିଥିବା ସମର୍ଥ ଅନୁଷ୍ଠାନ ପରିସରରେ ନିଜର ଜନ୍ମଦିନକୁ ପାଳନ କରିଛନ୍ତି । ସମସ୍ତେ ନିଜର ଜନ୍ମ ଦିନକୁ କେକ୍ କାଟିବା ସହିତ ହୋଟେଲରେ ପାର୍ଟି ଠାରୁ ଆରମ୍ଭ କରି ଭୋଜିଭାତ କରି ଅନେକ ଟଙ୍କା ଖର୍ଚ୍ଚ କରିଥାନ୍ତି । ହେଲେ ରଞ୍ଜିତ ସକାଳ ସମୟରେ ନିଜର ସାଙ୍ଗ ସାଥୀଙ୍କ ସହିତ ମିଳିତ ଭାବରେ ରନ୍ଧା ଖାଦ୍ୟ ନେଇ ସମର୍ଥ ଶିକ୍ଷାନୁଷ୍ଠାନ ପରିସରରେ ପହଞ୍ଚି ସମସ୍ତ ବିଦ୍ୟାର୍ଥୀଙ୍କୁ ମଧ୍ୟାନଭୋଜନ ପ୍ରଦାନ କରିଥିଲେ । ସେପଟେ ପ୍ରତେକ ନିଜ ନିଜର ଜନ୍ମ ଦିନରେ ଅଯଥା ଖର୍ଚ୍ଚ ନକରି ଏଭଳି ପାଳନ କରିବାକୁ ଆହ୍ୱାନ କରିଥିବା ବେଳେ ଏହି ଯୁବ ସମାଜସେବୀ ରଞ୍ଜିତ ରଥ ଆଗାମୀ ଦିନରେ ରକ୍ତଦାନ ,ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ ଆୟୋଜନ କରିବେ ବୋଲି କହିଛନ୍ତି । ସେପଟେ ଏଭଳି ଜଣେ ଯୁବ ସମାଜସେବୀ ରଞ୍ଜିତ ରଥଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡିର ବିଧାୟକ ରମେଶ ଚନ୍ଦ୍ର ଜେନା ,ଯୁବ କଂଗ୍ରେସ ନେତା ଅବନୀ ଶତପଥୀଙ୍କ ସମେତ ବହୁ ନେତୃବୃନ୍ଦ ।(ଅରୁଣ କୁମାର ପଣ୍ଡା )