June 21, 2026
ajiro khabar
Share

 

 

୧-ଆଜି NEET-UG ରିଟେଷ୍ଟ, ୫ ହଜାର ସେଣ୍ଟର, ୨୩ ଲକ୍ଷ ଆଶାୟୀ।ସ୍ୱଚ୍ଛ ଓ ସୁରକ୍ଷିତ ପରୀକ୍ଷା ପାଇଁ NTA ପକ୍ଷରୁ CCTV ନଜରଦାରି, ମକ୍ ଡ୍ରିଲ୍ ଓ କଡ଼ା ସୁରକ୍ଷା ବ୍ୟବସ୍ଥା।

 

୨-ଭୁବନେଶ୍ୱର:ରାଜ୍ୟରେ ୫୬ ହଜାର ୯୮୩ ଜଣ ନିଟ୍ ପରୀକ୍ଷାର୍ଥୀ।୨୭ ସହରରେ ୧୩୨ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ।

 

୩-ଭୁବନେଶ୍ୱର:ଆସନ୍ତା କାଲି ପ୍ରକାଶ ପାଇବ +୩ ମେଧା ତାଲିକା,୨୩ ତାରିଖରୁ ୨୫ ତାରିଖ ମଧ୍ୟରେ ନାମ ଲେଖାଇବେ।

 

୪-ପୁରୀ: ମହାପ୍ରଭୁଙ୍କ ବ୍ୟାଙ୍କ ଜମା ୧୧୦୦ କୋଟି ଟଙ୍କା। ବର୍ଷକୁ ସୁଧ ମିଳୁଛି ୭୭ କୋଟି।

 

୫-ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ଯୋଜନାକୁ ମୋଦୀଙ୍କ ପ୍ରଶଂସା, ମୋହନଙ୍କ ନେତୃତ୍ୱରେ ହେଉଛି ଦ୍ରୁତ ବିକାଶ।

 

୬-ରାଇରଙ୍ଗପୁର:ଜନ୍ମଦିନ ଅବସରରେ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କଲ୍ୟାଣକାରୀ ଯୋଜନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା ଅଜାଡ଼ି ଦେଲେ।

 

୭-କେନ୍ଦ୍ରାପଡ଼ା:୯୯ ଶିକ୍ଷକଙ୍କ ପଦୋନ୍ନତି ,ବଦଳି ପରେ ବଢ଼ିଲା ସଙ୍କଟ, ଶିକ୍ଷକଙ୍କ ଅଭାବ ରିପୋର୍ଟ ଦେବାକୁ ନିର୍ଦ୍ଦେଶ।

 

୮-ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ପାଇଁ ଆସିଲା ନୂଆ SOP, ମହିଳାଙ୍କ ପାଇଁ ରହିଛି ସ୍ୱତନ୍ତ୍ର ଛାଡ଼।

 

୯-ଜୁଲାଇ ୧ରୁ ଓମସାର କାର୍ଯ୍ୟ ବନ୍ଦ ଆନ୍ଦୋଳନ; ୧୦ ଦଫା ଦାବି ନେଇ କରିବେ କାର୍ଯ୍ୟବନ୍ଦ।

 

୧୦-ଗଜପତି:ମହିଳାଙ୍କ ଠାରୁ ଏକକୋଟି ୩୮ ଲକ୍ଷ ଠକିଥିବା ମହିଳା ଗିରଫ।

 

୧୧-ପାହାଡ଼ପୁର ଗ୍ରାମରେ ତୀବ୍ର ଗତିରେ ସୌର ଶକ୍ତିର ବିକାଶ କରାଯିବ: ପ୍ରଧାନମନ୍ତ୍ରୀ

 

୧୨-ଡିଜେ ନେଲା ମହିଳାଙ୍କ ଜୀବନ, ମୃତଦେହ ରଖି ପାଟଣାଗଡ଼-କଣ୍ଟାବାଞ୍ଜି ରାସ୍ତା ଅବରୋଧ।

 

୧୩-ଚାମେଲିଙ୍କ ବିବାଦରେ ଆଉ ଜଣେ ଗିରଫ, ପୋଲିସ ଛାଉଣୀରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅଫିସ।

 

୧୪-ବଳଙ୍ଗାରେ ବେଆଇନ ବାଲିଘାଟ ଉପରେ ବଡ଼ ଚଢ଼ାଉ, ୧୮ ହାଇୱା ଓ ୨ ଜେସିବି ଜବତ।

 

୧୫-ଜୟସ୍ଵାଲଙ୍କ ଶତକ, ଚେପକରେ ଭାରତର ଧମାକାଦାର ବିଜୟ, ସିରିଜ୍ ୩-୦ରେ କ୍ଲିନ ସୁଇପ୍।

 

୧୬-ମଞ୍ଚେଷ୍ଟର: ମହିଳା ବିଶ୍ଵ କପ୍;ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଲଢେଇ।

 

୧୭-ବଜାରରେ ବିକ୍ରି ହେଉଥିବା ୧୬ଟି ଫିକ୍ସଡ୍ ଡୋଜ୍ କମ୍ବିନେସନ୍ (FDC) ଔଷଧର ଉତ୍ପାଦନ, ବିକ୍ରି ଏବଂ ବିତରଣ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର।

 

୧୮-ଆଜି ଯୋଗ ଦିବସରେ କୋଲକାତାର ରେଡ୍‌ ରୋଡରେ ହେବ ବିଶ୍ବ ରେକର୍ଡ, ସାମିଲ ହେବେ ପିଏମ ମୋଦୀ।

 

୧୯-୪୩ ବର୍ଷରେ ତୃତୀୟ ଥର ମା’ ହେବେ ବିଶ୍ବର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ଆନି ହାଥୱେ।

 

୨୦-ଶାନ୍ତି ଚୁକ୍ତିକୁ ପ୍ରଭାବିତ କରୁଛି ଇସ୍ରାଏଲର ଜିଦ୍; ଲେବାନନ୍‌ରେ ମାଡ଼ କଲା ମିସାଇଲ୍, ୭ ମୃତ।

 

୨୧-ଏମୟୁ ଉଲ୍ଲଙ୍ଘନ ଅଭିଯୋଗ ଆଣି ହର୍ମୁଜକୁ ପୁଣି ବନ୍ଦ କଲା ଇରାନ।