ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ସୁପର ସ୍ପେସିଆଲିଟି ରେ ଅଲ୍ ଇଣ୍ଡିଆ ରେଙ୍କ–ପ୍ରଥମ ହାସଲ କରିଥିବା ଡା. ସିଦ୍ଧାନ୍ତ ସାହୁଙ୍କୁ ସମ୍ବର୍ଦ୍ଧନା ..
ସାନଖେମୁଣ୍ଡି : (ବିଜୟ କୁମାର ପ୍ରଧାନ )ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଚୈତନ୍ୟ ବିଦ୍ୟାପୀଠ ପୁଡାମାରୀ ପକ୍ଷରୁ ୨୦୧୩ ମସିହା ମାଟ୍ରିକ ବ୍ୟାଚର ପୂର୍ବତନ ଛାତ୍ର ଡା. ସିଦ୍ଧାନ୍ତ ସାହୁଙ୍କୁ INI-SS–2026 (ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ସୁପର ସ୍ପେସିଆଲିଟି) ପରୀକ୍ଷାରେ ଅଲ୍ ଇଣ୍ଡିଆ ରାଙ୍କ–ପ୍ରଥମ ହାସଲ କରିଥିବା ଅବସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ସିମାଞ୍ଚଳ ପାତ୍ର, ସରପଞ୍ଚ ଶ୍ରୀ ସନ୍ତୋଷ ବିଶୋୟୀ, ସମିତି ସଦସ୍ୟ ପ୍ରତିନିଧି ଶ୍ରୀ ରାମେଶ୍ୱର ପାତ୍ର, କଲେଜ ଅଧକ୍ଷ ଶ୍ରୀ ଇ. ପ୍ରଦୀପ କୁମାର ପାତ୍ର ଏବଂ ମୁଖ୍ୟ ବକ୍ତା ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟାପକ ଶ୍ରୀ କୈଳାଶ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ।ସେହିପରି ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବିଶ୍ୱମୋହିନୀ ପଟ୍ଟନାୟକ, ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ସାହୁ, ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଶ୍ରୀ ଏଲ୍.ଏନ୍. ମହାରଣା, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଦାମୋଦର ପ୍ରଧାନ, ଅବସରପ୍ରାପ୍ତ ପିଇଟି ଶ୍ରୀ ବିନୋଦ ଚନ୍ଦ୍ର ବେହେରା, ଶିକ୍ଷକ ଶ୍ରୀ ସାହେବ କୁମାର ସାହୁ, ସିଆରସିସି ଶ୍ରୀ ମାଧବ ସେଠୀ ଏବଂ ଏରେଣ୍ଡ୍ରା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରସନ୍ନ ତ୍ରିପାଠୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ଡା. ସିଦ୍ଧାନ୍ତ ସାହୁଙ୍କ ଭଉଣୀ ସ୍ୱେତାଳିନ ସାହୁ, ତାଙ୍କ ପିତା, ଅଜା, ସମ୍ପର୍କୀୟ, ଅଙ୍ଗନୱାଡ଼ି କର୍ମୀ, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀମାନେ ଉପସ୍ଥିତ ରହି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।ଏହି କାର୍ଯ୍ୟକ୍ରମଟି ପ୍ରଧାନ ଶିକ୍ଷକ ଶ୍ରୀ ଟୁକୁନା ପ୍ରଧାନଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା। ଉପସ୍ଥିତ ଅତିଥି ଓ ଗ୍ରାମବାସୀମାନେ ଡା. ସାହୁଙ୍କ ସଫଳତାକୁ ପ୍ରଶଂସା କରି ଏହା ଆଗାମୀ ପିଢ଼ି ପାଇଁ ପ୍ରେରଣା ହେବ ବୋଲି ମତ ପ୍ରକାଶ କରିଥିଲେ।ଶେଷରେ ଶ୍ରୀ ଖ୍ରୀଷ୍ଟ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।
