ସେମେଲମୁଣ୍ଡା – ମୁଣ୍ଡୋମହୁଲ ରାସ୍ତା ପାଲଟିଛି ମରଣା ଯନ୍ତା ମରାମତି ପାଇଁ ଉପଜିଲ୍ଲାପାଳ ଓ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ

ପାଟଣାଗଡ,୧୪। ୧୦ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଘୁଚେପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସେମେଲମୁଣ୍ଡା ରୁ ମୁଣ୍ଡୋମହୁଲ, ମନାଇପାଦ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଦୀର୍ଘ ବର୍ଷ ହେବ ମରାମତି ନ ହେବାରୁ ପିଚୁ ଉପୁଡ଼ି ପଡ଼ିଥିବାରୁ ଉକ୍ତ ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି। ଯାହାଫଳରେ ଯାତୟାତରେ ବାଧାପ୍ରାପ୍ତ ହୋଇଛି। ଏହି ରାସ୍ତାରେ ଦୈନନ୍ଦିନ ପାଟଣାଗଡ଼ ଯିବାକୁ ହେଲେ ସେହି ରାସ୍ତା ଦେଇ ଗଏଲମରା,ସେମେଲମୁଣ୍ଡା,ବରଘାଟି,ପନନିପିଟା,ବେଲଘାଟି ପାଞ୍ଚଟି ଗାଁ ଲୋକେ ନିର୍ଭର କରନ୍ତି। ପ୍ରତ୍ୟେକ ଦିନ ସ୍କୁଲ କଲେଜକୁ ଛାତ୍ର ଛାତ୍ରୀ ରୋଗୀମାନେ ମଧ୍ୟ ଯିବା ଆସିବା ସମୟରେ ଦୁର୍ଘଟଣାର ସମ୍ବୁଖିନ ହେଉଛନ୍ତି । ଅଞ୍ଚଳ ଲୋକେ ଏ ରାସ୍ତାର ମରାମତି କରିବା ପାଇଁ ବିଭାଗୀୟ ଅଧିକାରୀ ଏବଂ ଜନପ୍ରତିନିଧି କୁ ବାରମ୍ବାର ଅଭିଯୋଗ କରିଥିଲେ ହେଁ କେହିଁ ଦୃଷ୍ଟି ଦେଉନାହାନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏନେଇ ଆଜି ଅଞ୍ଚଳର କିଛି ଶିକ୍ଷିତ ଯୁବକ ରାସ୍ତା ମାରାମତି ପାଇଁ ପାଟଣାଗଡ଼ ଉପଜିଲ୍ଲାପାଳ ସୁନୀଲ କୁମାର ମେହେର ଓ ବିଡ଼ିଓ ସୁମନ୍ତ ମିଞ୍ଜଙ୍କୁ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ଦେବା ସମୟରେ କାହ୍ନା ଭୁଏ,ଦିନବନ୍ଧୁ ଧରୁଆ,ସୁମନ ଦଳେଇ,ଅକ୍ଷୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଯଦି ଆଗାମୀ ଦିନରେ ପ୍ରଶାସନ ରାସ୍ତା ର ମରାମତି ଦିଗରେ ପଦକ୍ଷେପ ନ ନେଲେ ଉପ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଧାରଣ ଦେବୁ ବୋଲି ଗଣମାଧ୍ୟମ ଜରିଆରେ ଚେତାବନୀ ଦେଇଛନ୍ତି।
