November 30, 2026

ପ୍ରତିକୂଳପାଗ ସତ୍ବେ ଶ୍ରୀ ଜଗନ୍ନାଥ ମହୋତ୍ସବ ର ପଞ୍ଚମ ସନ୍ଧ୍ୟା ଲୋକାରଣ୍ୟ

IMG-20261129-WA0140
Share

ଝଙ୍କଡ଼ ତା 29/11/2026 ତିର୍ତ୍ତୋଲ ବ୍ଲକ, ତୁଳଙ୍ଗ ପଞ୍ଚାୟତ ଅଧିନ ନାଉଲଗ୍ରାମର ବାବା ଈଶାନେଶ୍ୱର ମହାଦେବ ଙ୍କ ପ୍ରାଙ୍ଗଣରେ, ଗତ ପଚିଶ ତାରିଖରୁ ଆରମ୍ଭ ହୋଇଥିବା ଶ୍ରୀଜଗନ୍ନାଥ ମହୋତ୍ସବ 2026 ଆଜି ପଞ୍ଚମଦିବସ ରେ ପ୍ରଦାର୍ପଣ କରିଛି l ପ୍ରତିକୂଳପାଗ ସତ୍ବେ ରବିବାର ସନ୍ଧ୍ୟାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା l ଈଶାନେଶ୍ୱର ସଂକୀର୍ତ୍ତନ ମଣ୍ଡଳୀ, ନାମସଂକୀର୍ତ୍ତନ କରି, ଅନୁଷ୍ଠାନର ମାର୍ଗଦର୍ଶକ ତଥା ଧାରାବାହିକ ପ୍ରବକ୍ତା ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କୁ ମଞ୍ଚଉପରକୁ ପାଛୋଟି ଆଣିବା ପରେ, ସାଧୁସନ୍ଥ ଓ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସତସଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ପ୍ରାରମ୍ଭରେ ମା ରଶ୍ମିତା ସାହୁ ଓ ପୁଅ ଦିବ୍ୟରଞ୍ଜନ ସାହୁ ଜଗନ୍ନାଥ ଭକ୍ତିସଙ୍ଗୀତ ପରିବେଷଣ କରିଥିବା ବେଳେ, ଈଶାନେଶ୍ୱର ଯୁବଜ୍ୟୋତି ପରିଷଦ ତରଫରୁ ସମାଜସେବୀ ପର୍ଶୁରାମ ମହାପାତ୍ର, ସୁଶାନ୍ତ କୁମାର ଶତପଥୀ, ସାରଳାମନ୍ଦିର ସେବାୟତ ସୁଦାମ ଚରଣ ରାଉଳ ଓ ତପନ କୁମାର ରାଉଳ ଙ୍କୁ ଉତ୍ତରୀୟ ଓ ମାଲ୍ୟାର୍ପଣ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ପ୍ରଥମଦିନ ଠାରୁ ଆରମ୍ଭ ହୋଇଥିବା ବିଶ୍ଵଶାନ୍ତିଯଜ୍ଞ ରେ ମୁଖ୍ୟଆଚାର୍ଯ୍ୟ ଭାବେ ବିଷ୍ଣୁନାରାୟଣ ପାଢ଼ୀ, ପୁସ୍ତକାଚାର୍ଯ୍ୟ ଦେବଦତ୍ତ ଦାଶ, ସହପାଠୀ ଜୟରାମ ପାଢ଼ୀ, ବ୍ୟାସ ରଶ୍ମୀରଞ୍ଜନ ରଥ ଓ ସହଯୋଗୀ ଆଚାର୍ଯ୍ୟ ଭାବେ ବିଜୟ କୁମାର ମିଶ୍ର ଓ ରତିକାନ୍ତ ଦାଶ ଅଂଶଗ୍ରହଣ କରିଥିବାବେଳେ ପର୍ଶୁରାମ ଓ ପୁଷ୍ପଲତା କର୍ତ୍ତାକର୍ତ୍ତୀ ଭାବେ ନିୟୋଜିତ ହୋଇଥିଲେ l ସଞ୍ଜ ସକାଳେ ବୈଦିକ ବ୍ରାହ୍ମଣ ମାନଙ୍କ ବେଦମନ୍ତ୍ର ଧ୍ଵନି ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଭକ୍ତିଭାବମୟ ପରିବେଶ ସୃଷ୍ଟିକରିଥିଲା l ଅତିଥିମାନଙ୍କୁ ସ୍ୱାଗତ ପରିଚର୍ଯ୍ୟl କରିବାନିମନ୍ତେ, ମହୋତ୍ସବ କମିଟି ର ସଭାପତି ଦିବ୍ୟସୁନ୍ଦର ସାମଲ ଙ୍କ ସମେତ ସମସ୍ତକର୍ମକର୍ତ୍ତା ଙ୍କ ସମେତ ଜିଲ୍ଲା ଜଗନ୍ନାଥଭକ୍ତସମାଜ ର ସଭାପତି ଇଂ ବିଷ୍ଣୁଚରଣ ସ୍ୱାଇଁ, ଗୋପାଳ ଚନ୍ଦ୍ର ଖଟୁଆ, ସନ୍ତୋଷ ମହାନ୍ତି ଓ ଭୁବନାନନ୍ଦ ମହାରଣା ଓ ଗ୍ରାମବାସୀ ମାନେ ସକ୍ରିୟ ସହଯୋଗ କରିଥିଲେ l ବାବାଜୀ ମହାରାଜ ଜଗନ୍ନାଥ ଙ୍କ ମାନବୀୟଲୀଳା ର ଅବତାରଣା କରିବା ସହିତ ଭକ୍ତିଭାବ ର ଗୁଢତତ୍ତ୍ୱ ଉପରେ ବକ୍ତବ୍ୟ ପ୍ରଦାନ କରି ସମବେତ ଭକ୍ତସମାଜ କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ l କ୍ଷୁଦ୍ରଚଳଚିତ୍ର ର ନିର୍ମାତା ସ୍ମୃତିରଞ୍ଜନ ସ୍ୱାଇଁ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ l

You may have missed