November 30, 2026

କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି,

IMG-20261129-WA0135
Share

ଆଜି ବିଜୁ ଜନତା ଦଳ ପକ୍ଷରୁ ପାଟକୁରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ କରାଯାଇଥାଲା, ଏହି ଜନସମ୍ପର୍କ ଯାତ୍ରା କୋରୁଆ ପୋଲରୁ ଆରମ୍ଭ ହୋଇ ଥିଲା, ଏହାପରେ ବଜ୍ରବାଣ ଛକ ଠାରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ଗରଦପୁର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା, ଏହି ଜନସମ୍ପର୍କ ପଦଯାତ୍ରା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ତାଙ୍କ ସହ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ରାଜ୍ୟ ଛାତ୍ର ସଭାପତି ଚିନ୍ମୟ କୁମାର ସାହୁ, ‌କେନ୍ଦ୍ରାପଡା ଜିଲ୍ଲା ବିଜେଡ଼ି ସଭାପତି ଶିବ ପ୍ରସାଦ ଭୋଳ, ଦେବାଶିଷ ଆଚାର୍ଯ୍ୟ, ରାଜେଶ ଦାସ, ଦିଲ୍ଲୀପି କୁମାର ପଣ୍ଡା, ଭଗବାନ ଜେନା, ପ୍ରମେଦ ରଥ , ଅରବିନ୍ଦ ମଲ୍ଲିକ ଙ୍କ ସମେତ ବହୁତ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ , ଏହି ପଦଯାତ୍ରା ରେ ହଜାର ହଜାର ମହିଳାମାନେ, ଯୁବକ, ଛାତ୍ର ଛାତ୍ରୀ ,ବରିଷ୍ଠ ମୂରବୀ, ଦଳୀୟ ନେତୃବୃନ୍ଦ,ଓ ଅସଂଖ୍ୟ କର୍ମୀଙ୍କ ଯୋଗଦାନ କରିଥିଲେ, ଏହି ଜନସମ୍ପର୍କ ପଦଯାତ୍ରା ପାଟକୁରା ନିର୍ବାଚନ ମଣ୍ଡଳୀ ରେ ଅଭୂତପୂର୍ବ ଜନସମାଗମ ଦୃଶ୍ୟ ସୁଷ୍ଟି ହୋଇଥିଲା, ରିପୋର୍ଟ -ଧିରେନ କୁମାର ମହାପାତ୍ର କେନ୍ଦ୍ରାପଡା,

You may have missed