November 30, 2026

ବରମକେଲା ରେ ପାଞ୍ଚ ଦିବସିୟ ରାସପୂର୍ଣ୍ଣିମା ସାଂସ୍କୃତିକ ମହୋତ୍ସବ ଉଦଯାପିତ

IMG-20261129-WA0139
Share

ବରପାଲି,୨୯|୧୧ (ସୁଦାମ ଦୀପ): ବରପାଲି ବ୍ଲକ ବରମକେଲା ଗ୍ରାମରେ ଆୟୋଜିତ ରାସ ପୂର୍ଣ୍ଣିମା ପାଞ୍ଚ ଦିନଆ ସାଂସ୍କୃତିକ କାର୍ଯ୍ଯକ୍ରମ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଲଗାତାର ଜଳନ୍ଧର ଦରବାର ଖୋଲାମଂଚ ନାଟକ ଏବଂ ଅପେରା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ଯାତ୍ରାରେ ବିଶେଷ ଆକର୍ଷଣ ଭାବେ ମିନା ବଜାର୍ ଲୋକଙ୍କୁ ଆକର୍ଷଣ କରିଥିଲା। ଯାତ୍ରାର ଅନ୍ତିମ ଦିବସରେ ଜଳନ୍ଧର ଦରବାର ନାଟକରେ ଅଭିନୟ କରିଥିବା କଳାକାର ମାନଙ୍କ ମଧ୍ଯରେ ଜଳନ୍ଧର ଭୁମିକାରେ ନରହରି ପଧାନ, ମହାମନ୍ତ୍ରୀ ହେମନ୍ତ ପଧାନ, ଶୁକ୍ରାଚାର୍ଯ୍ୟ ରଞ୍ଜିତ ପଧାନ, ସେନାପତି ଅଣନ୍ତ ନାୟକ ଓ ସୁମନ୍ତ ପଧାନ, ଏବଂ ଅନ୍ୟ କଳାକାର ମାନେ ହେଲେ କୁଶ ସେଠ୍, ଅଂଶ ନାୟକ,ଗୁହାଳୁ ପଧାନ,ଜୟ କିଶାନ କୁମ୍ଭାର, ବାଳକୃଷ୍ଣ ପଧାନ,ରାଜିନ ପସାୟତ,ପିଙ୍କୁ ପଧାନ, ହୁତାଶନ ପଧାନ,କେଶବ ଥପା, ସୁବ୍ରତ ସାହୁ, ଚନ୍ଦ୍ରଭାନୁ ବଢ଼େଇ, ସୁର୍ଯ୍ୟ ଭାନୁ ବଢ଼େଇ, ଧିରେନ୍ଦ୍ର ସାହୁ,ତରଣି ବାଗ ଅଭିନୟ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ବରମକେଲା ସରପଞ୍ଚ ଗୌନ୍ତିଆ କ୍ଷିରୋଦ୍ର ପଧାନ, ମାନଭଞ୍ଜନ ପଧାନ, ମାଧ ସାହୁ, ଦିପକ ପଧାନ, ଗୁଡୁ ସାହୁ ଏବଂ ଗ୍ରାମବାସୀ ସମସ୍ତେ ସହଯୋଗ କରିଥିଲେ। ଯାତ୍ରା ଶାନ୍ତି ଶୃଙ୍ଖଳା ସହିତ ଉଲ୍ଲାସ ମଧ୍ଯରେ ସମାପନ ହୋଇଥିଲା।

You may have missed