November 30, 2026

ଚାଷୀଙ୍କ ହକ୍ ପାଇଁ ଏକଜୁଟ ହେବାକୁ ନବନିର୍ମାଣ କୃଷକ ସଂଗଠନର ଆହ୍ୱାନ

IMG-20261129-WA0141
Share

-ତିର୍ତ୍ତୋଲ, ୨୯/୧୧ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତୁଳଙ୍ଗ ଗ୍ରାମ ପଞ୍ଚାୟତର ବୋଲରଠାରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସମାଜସେବୀ କୃଷ୍ଣଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଚାଷୀଙ୍କ ସମସ୍ୟା, ଅଧିକାର ଓ ସଂଗଠନର ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇଥିଲା।ବୈଠକରେ ସଂଗଠନର ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ ସ୍ୱାଇଁ, ଜିଲ୍ଲା ସଂଯୋଜକ ଅଶୋକ ସ୍ୱାଇଁ, ତିର୍ତ୍ତୋଲ ବ୍ଲକ ସଂଯୋଜକ ମଙ୍ଗୁଳି ଚରଣ ରାଉତରାୟ, ଯୁବ ସଂଯୋଜକ ଦେବଦତ୍ତ ସାହୁ ଓ ସହସଂଯୋଜକ ଅଶୋକ କୁମାର ବାରିକ ପ୍ରମୁଖ ଯୋଗଦେଇ ଚାଷୀମାନଙ୍କୁ ନିଜ ନିଜର ନ୍ୟାଯ୍ୟ ହକ୍ ଓ ଅଧିକାର ପାଇଁ ଆଗାମୀ ଦିନରେ ଏକଜୁଟ ହୋଇ ସଂଗ୍ରାମ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଆଡଭୋକେଟ୍ ସୁଧୀର ଚନ୍ଦ୍ର ଖୁଣ୍ଟିଆ, ଶ୍ୟାମ ସୁନ୍ଦର ପରିଡ଼ା, ହୃଷୀକେଶ ରାଉତରାୟ, କାମଦେବ ପରିଡ଼ା, ସରୋଜ କୁମାର ବିଶ୍ୱାଳ, ବସନ୍ତ କୁମାର ସ୍ୱାଇଁ, ପ୍ରଦୀପ୍ତ କୁମାର ସାହୁ, ବୈଷ୍ଣବ ଚରଣ ଭୋଳ, ସୁରେନ୍ଦ୍ରନାଥ ବିଶ୍ୱାଳ, ସୁନୀଲ କୁମାର ବିଶ୍ୱାଳ ଓ ଶରତ କୁମାର ଦାସଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ବୈଠକକୁ ପ୍ରଦୀପ୍ତ କିଶୋର ବିଶ୍ୱାଳ ଓ ଚିତ୍ତରଞ୍ଜନ ଦାସ ପରିଚାଳନା କରିଥିଲେ।ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed