ମଣ୍ଡଳ ସ୍ଥରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୬ ଉଦଯାପିତ

ତିର୍ତ୍ତୋଲ
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ବିକାଶ ନିମନ୍ତେ ଆୟୋଜିତ ହେଉଥିବା ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ତିର୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ କେଶବ ମେହେର ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଥିଲେ ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସୁଯ୍ୟ ରଞ୍ଜନ ଦାଶ । ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ସ୍ଥାନୀୟ ସରପଞ୍ଚ ବିକ୍ରମ କିଶୋର ସ୍ୱାଇଁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବରିଷ୍ଠ ଶିକ୍ଷୟିତ୍ରୀ ମହାମାୟା ବିଶ୍ୱାଳ ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ପୁଷ୍ପାଞ୍ଜଳି ମହାରଣା ଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ବରିଷ୍ଠ ଶିକ୍ଷକ ଟୁଟୁ ଦାସ ପ୍ରଦାନ କରିଥିବା ବେଳେ,ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ବାବୁଲି କୁମାର ସ୍ୱାଇଁ । ଏହି ସମସ୍ତ କାର୍ଯ୍ୟକ୍ରମ ରେ କ୍ଲଷ୍ଟର ସ୍ତରୀୟ ତଥା ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟ କ୍ରମକୁ ସରସ ସୁନ୍ଦର କରିବାକୁ ବ୍ଲକର ୧୮ ଗୋଟି ସାଧନକେନ୍ଦ୍ରର ସଂଯୋଜକ ତଥା ଜ୍ୟୋତି ରଞ୍ଜନ ମହାନ୍ତି, ପ୍ରଣବ କୁମାର ସାହୁ, ମୋହନ ଟୁଡୁ,ରାଜେଶ କୁମାର ଖଟୁଆ, ଚିତ୍ତରଞ୍ଜନ ଦାସ, ରଶ୍ମି ରଞ୍ଜନ ନାୟକ, ଦେବାଶିଷ ସ୍ୱାଇଁ,ସ୍ମୃତି ରଞ୍ଜନ ନାୟକ,ଶୁଶାନ୍ତ ବେହେରା, ଅନିଶ ଖାନ,ଶ୍ୱେତପଦ୍ମା ଖୁଣ୍ଟିଆ,ଶଶାଙ୍କ ଶେଖର ସ୍ୱାଇଁ,ପ୍ରଶାନ୍ତ କୁମାର ମହାନ୍ତି, ସଞ୍ଜୟ କୁମାର ବାରିକ, ସୁଶାନ୍ତ କୁମାର ବେହେରା ପ୍ରମୁଖ ସଂଚାଳନ କରିବାରେ ସାହାଯ୍ୟ କରିଥିଲେ ।ଉଦଯାପନୀ ସଭାରେ ମୁଖ୍ୟ ଅତିଥିଭାବେ ଥିଲେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ମଲ୍ଲିକ, ଏବଂ ମୁଖ୍ୟ ବକ୍ତା ଥିଲେ ଜିଲ୍ଲା ସମଗ୍ରଶିକ୍ଷା ଶୈକ୍ଷିକ ସଂଯୋଜକ ତପନ କୁମାର ନନ୍ଦ ।ଏହି ସଭାରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସିଆରସିସି ଚିତ୍ତରଞ୍ଜନ ଦାସ । ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ମାନଙ୍କରୁ ବିଭିନ୍ନ ଦକ୍ଷତା ପ୍ରତିପାଦନ କରି କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି, ମାନପତ୍ର ଦିଆଯାଇ ସମ୍ମାନିତ କରାଯାଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସ୍ମୃତିରଞ୍ଜନ ନାୟକ ।
