October 15, 2026

ପୁରୀରେ ଆମ କଳାକାର ପ୍ରତିଭା ଚୟନ ଅନୁଷ୍ଠିତ..

IMG-20261015-WA0031
Share

 

ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପୁରୀ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ସାଂସ୍କୃତିକ ଦଳ ଚୟନ ପ୍ରକିୟା “ଆମ କଳାକାର”, ଜିଲ୍ଲା ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଛି। ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରାଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇ ଉଦଘାଟନ କରିଥିବା ବେଳେ, ଅତିଥି ଭାବେ ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଯୋଗଦେଇଥିଲେ।ଚୟନ ପ୍ରକିୟା ର ବିଚାରକ ଭାବେ ଡକ୍ଟର ବଦ୍ରି ମିଶ୍ର, ପ୍ରଫୁଲ୍ଲ କୁମାର ସାମନ୍ତରାୟ ଓ କୃଷ୍ଣଚନ୍ଦ୍ର ସାହୁ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ଜିଲ୍ଲା କଳା ସଂସ୍କୃତି ପରିଷଦ ର ଉପସଭାପତି ବସନ୍ତ କୁମାର ପ୍ରଧାନ। ଏଥିରେ କଳାକାରମାନେ ସାହିଯାତ, କଣ୍ଢେଇ ନାଚ,କୁଟିଆ କନ୍ଧ ନୃତ୍ୟ,ମୁଣ୍ଡପୋତା କେଳା,ସିଙ୍ଗଵାଦ୍ୟ,ଦୁଲଦୁଲି ଇତ୍ୟାଦି ପରିବେଷଣ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ