ଲୋକ ଉନ୍ନତି ସଙ୍ଗଠନ ର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ
ପାଟଣାଗଡ଼
ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ମାଗୁରବେଡା ଠାରେ ଜିଲ୍ଲା ସ୍ତରୀୟ ଲୋକ ଉନ୍ନତି ସଙ୍ଗଠନ ର ସଭ୍ୟସଭ୍ୟା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ କରାଗଲା l ଆଜିର ବୈଠକ ରେ ଜିଲ୍ଲା ସ୍ତରୀୟ ଲୋକ ଉନ୍ନତି ସଂଗଠନ ର ସଭାନେତ୍ରୀ ଶ୍ରୀମତୀ ଜେମାମଣି ମଲ୍ଲିକ ସଭାପତିତ୍ୱ କରିଥିଲେ l ଏହି ସଭାରେ ପ୍ରଥମେ ପରିଚୟ ପ୍ରଦାନ କରିବା ପାଇଁ ସଭାନେତ୍ରୀ ଶ୍ରୀମତୀ ଜେମାମଣି ମଲ୍ଲିକ ସମସ୍ତ ଙ୍କୁ ଅନୁରୋଧ କରିଥିଲେ l ସମସ୍ତ ଉପସ୍ଥିତ ସଭ୍ୟ ସଭ୍ୟା ନିଜ ନିଜ ର ପରିଚୟ ପ୍ରଦାନ କରିଥିଲେ । ତାପରେ ଆଜିର ବୈଠକ ରେ ଆଲୋଚନା ଆରମ୍ଭ କରିବାକୁ ସଭାନେତ୍ରୀ ନିର୍ଦେଶ ଦେଇଥିଲେ
ଏହି ବୈଠକ ରେ ଗ୍ରାମୀଣ ଚର୍ଚ୍ଚା, ଶିକ୍ଷା ଗ୍ରହ, ସୋସିଆଲ ମେଡ଼ିଆ, ପଡିଆ ରୁ ବଡ଼ିଆ, ପ୍ରତି ବନ୍ଧକ ରୁ ପରି ବର୍ତ୍ତନ, ବିଦ୍ୟାଳୟ ଭିର୍ତ୍ତୀଭୂମି, ପାନୀୟ ଜଳ ସମସ୍ୟା, ଏକତା ରହିବା, ପରମ୍ପରା ବଞ୍ଚାଇ ରଖିବା ଦିଗରେ ଶ୍ରୀଯୁକ୍ତ ବିଶ୍ୱନାଥ ବାଗ, ପଡିଆ ରୁ ବଢିଆ ବିଷୟରେ ଶ୍ରୀଯୁକ୍ତ ରୁପାଧର ପୁଟା, ପାରମ୍ପରିକ ଖେଳ ବିଷୟରେ ସ୍ବର୍ଣ୍ଣଲତା ନାୟକ, ସଙ୍ଗଠନ କୁ ମଜବୁତ କରି ବିଭିନ୍ନ କାର୍ଯ୍ୟ ବ୍ୟକ୍ତିଗତ ଓ ସାମୂହିକ କାର୍ଯ୍ୟ ରେ ହାସଲ କରିବା ଦିଗରେଶ୍ରୀଯୁକ୍ତ ଆଶିଷ ରାଜ ହଂସ ସଂଗଠନ କିପରି ପରିଚାଳନା କରିବା ଦିଗରେ VLC ସଭ୍ୟ ସଭ୍ୟା ଦାୟିତ୍ୱ ନେଇ କାମ କରିବେ ସେ ଉପରେ ସଭାରେବୁଝାଇ ଲେ ସରୋଜ କୁମାର ସୁନା ନିୟମିତ ବୈଠକ କରିବା ଦିଗରେ ଶ୍ରୀଯୁକ୍ତ ପିତାମ୍ବର ପଧାନ ସଭାରେ ପୁଙ୍ଖାନୁପୁଙ୍ଖ ରୂପେ ଆଲୋଚନା କରିଥିଲେ
ଏହି ସଭାରେ ଲୋକ ଉନ୍ନତି ସଂଗଠନ ର ସଂଯୋଜକ, ଜନସାଥି ଓ ସ୍ବେଛାସେବୀ ଯୋଗ ଦେଇଥିଲେ lପାଟଣାଗଡ,ରୁ, ପବିତ୍ର ପୁଟେଲ
