October 14, 2026

ରାଜମିସ୍ତୀ ଙ୍କ ପୁଅ ନିଟ ପରକ୍ଷାରେ ସଫଳ

IMG-20261014-WA0170
Share

 

ଅସ୍ତରଙ୍ଗ, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ଛୁରିଅନା ଗ୍ରାମ ପଞ୍ଚାୟତ ଅଧୀନ ଆଇଁସିଣୀଆଁ ଗ୍ରାମର ରାଜ ମିସ୍ତ୍ରୀ ବିଚିତ୍ରାନନ୍ଦ ବିଶ୍ୱାଳ ଙ୍କ ପୁଅ ଆସିଶ କୁମାର ବିଶ୍ୱାଳ ଶେଷ ହୋଇଥିବା ନିଟ ପରୀକ୍ଷା ରେ ସଫଳ ହୋଇଛନ୍ତି l ତାଙ୍କର ରାୟାଙ୍କ ୨ହ୮୫ ରହି ଅଛି l ଆସିଷ ତାଙ୍କ ଗ୍ରାମ ନିକଟ ବେଳାଭୂମି ହାଇ ସ୍କୁଲ ରେ ପାଠ ପଢି ମାଟ୍ରିକ ପାସ ପରେ, ଭୁବନେଶ୍ୱର ର ନବଜ୍ୟୋତି ସାଇନିସ ହାଇଆର ସେକେଣ୍ଡାରୀ ସ୍କୁଲ ରେ +୨ ବିଜ୍ଞାନ ପଢିଥିଲେ l ସେଠାରୁ ସଫଳତାର ସହ କୃତକାର୍ଯ୍ୟ ହେଲାପରେ ଡାକ୍ତରୀ ପାଠ ପଢ଼ିଵା ପାଇଁ ମନ ବଳାଇ, ଆଜି ସଫଳତାର ଶିର୍ଶରେ ପହଞ୍ଚି ଛନ୍ତି l ତାଙ୍କୁ ବିଭିର୍ଣ୍ଣ ମହଲ ରୁ ଶୁଭେଚ୍ଛା ର ବାର୍ତ୍ତା ପହଞ୍ଚି ବାରେ ଲାଗିବା ସହ ପରିବାର, ବନ୍ଧୁ ପରିଜନ ମନରେ ଖୁସିର ଲହରୀ ଖେଳି ଯାଇଛି l