November 28, 2026

ଗୁରୁ ଭଗବାନ ସାହୁଙ୍କୁ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଶ୍ରଦ୍ଧାଞ୍ଜଳିଷଷ୍ଠ ଜାତୀୟ

IMG-20261128-WA0086
Share

ସମ୍ବଲପୁରୀ ସମ୍ମିଳନୀ ଆୟୋଜନ ନେଇ ଆଲୋଚନା…. ସମ୍ବଲପୁର, ୨୮।୧୧: ଅଗ୍ରଣୀ ସାମାଜିକ ସଂଗଠନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଶନିବାର ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାଠାରେ ନାଟ୍ୟମହର୍ଷି ଗୁରୁ ଭଗବାନ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ସମ୍ବଲପୁରୀ ନାଟକ ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଓ ସାଂସ୍କୃତିକ ଜାଗରଣ ସୃଷ୍ଟି କରିବାରେ ଗୁରୁ ଭଗବାନ ସାହୁଙ୍କ ଅବଦାନ ସମ୍ପର୍କରେ ଆଲୋଚନା ହୋଇଥିଲା।ନିଜ ନାଟ୍ୟଦଳ ମାଧ୍ୟମରେ ସେ ସମ୍ବଲପୁରୀ ଭାଷା, ନୃତ୍ୟ ଓ ଅଞ୍ଚଳର ପାରମ୍ପରିକ ଶାସ୍ତ୍ରୀୟ ନୃତ୍ୟ ଶବ୍ଦନୃତ୍ୟର ପ୍ରଚାର ପ୍ରସାର କରିଥିଲେ ବୋଲି ମଞ୍ଚର ଆବାହକ ଭବାନୀଶ ଭୋଇ ମତବ୍ୟକ୍ତ କରିଥିଲେ। ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାଠାରେ ସମ୍ବଲପୁରୀ ଭାଷା ଓ ସଂସ୍କୃତିର ବିକାଶରେ ବିଶେଷ ଅବଦାନ ରଖିଥିବା ବରପୁତ୍ରମାନଙ୍କ ଫଟୋଚିତ୍ର ପ୍ରଦର୍ଶନ ମାଧ୍ୟମରେ ନୂତନ ପିଢ଼ିଙ୍କୁ ସେମାନଙ୍କ ଅବଦାନ ସମ୍ପର୍କରେ ଅବଗତ କରାଇବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା।ସେହିପରି ସମ୍ବଲପୁରୀ ଭାଷାର ସାମ୍ବିଧାନିକ ସ୍ୱୀକୃତି ଦାବିକୁ ଆଗେଇ ନେବା ଉଦ୍ଦେଶ୍ୟରେ ଆସନ୍ତା ଡିସେମ୍ବର ୧୯ ଓ ୨୦ ତାରିଖରେ ଆୟୋଜିତ ହେବାକୁ ଥିବା ଷଷ୍ଠ ଜାତୀୟ ସମ୍ବଲପୁରୀ ସମ୍ମିଳନୀର ପ୍ରସ୍ତୁତି ଓ ଆୟୋଜନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଦୁଇଦିନିଆ ଏହି ସମ୍ମିଳନୀରେ ସମ୍ବଲପୁରୀ ଭାଷାର ବିଶେଷଜ୍ଞମାନଙ୍କୁ ନେଇ ଆଲୋଚନାଚକ୍ର, ସମ୍ବଲପୁରୀ ନୃତ୍ୟ, ଗୀତ ଓ ପାରମ୍ପରିକ ଖାଦ୍ୟପେୟର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ଥିର ହୋଇଥିଲା।କାର୍ଯ୍ୟକ୍ରମରେ ଭାରତୀ ସମାଜର ସହସଂଚାଳକ ଗୋପବନ୍ଧୁ ସେନାପତି, ସାଂସ୍କୃତିକ ସଂଯୋଜକ ରଞ୍ଜିତ କୁମାର ସାହୁ, ପ୍ରେମ ସାହାଣୀ, ରାହୁଲ ଗୁପ୍ତା, ମାନସ ରଞ୍ଜନ ବକ୍ସୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

You may have missed