September 20, 2026

ଗଜପତି:- ଅଖିଳ ଭାରତୀୟ ଚିରଞ୍ଜିବୀ ୟୁଥ୍ (ଚିରଞ୍ଜିବୀ ଫ୍ୟାନ) ପକ୍ଷରୁ “ମେଗା ୟୁଥ୍ ଫୋର୍ସ” କାର୍ଯ୍ୟକ୍ରମ ଧୁମ୍‌ଧାମରେ ପାଳିତ    

IMG-20260920-WA0055
Share

 

————————– ଏକାଠି ହେଲେ ଦକ୍ଷିଣ ଓଡ଼ିଶାର ଚିରଞ୍ଜୀବୀ ଫ୍ୟାନ୍‌ -୧୮ ଜଣଙ୍କୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା କାର୍ଡ

—————————————

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାଜଦାଣ୍ଡ ସାହି ସ୍ଥିତ ଅନ୍ନପୂର୍ଣ୍ଣା କନଫରେନ୍ସ ହଲ୍‌ ଠାରେ ଅଖିଳ ଭାରତୀୟ ଚିରଞ୍ଜିବୀ ୟୁଥ୍ (ଚିରଞ୍ଜିବୀ ଫ୍ୟାନ) ଅନ୍ତର୍ଗତ ପାରଳାଖେମୁଣ୍ଡି ଚିରଞ୍ଜିବୀ ମେଗା ଷ୍ଟାର ସଂଘ ପକ୍ଷରୁ ମେଗା ୟୁଥ୍ ଫୋର୍ସ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଅତ୍ୟନ୍ତ ଧୁମ୍‌ଧାମରେ ପାଳିତ ହୋଇଯାଇଛି ।

ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଯଥା : ପାରଳାଖେମୁଣ୍ଡି ସମେତ ଜୟପୁର ଓ ବ୍ରହ୍ମପୁର ଅଞ୍ଚଳର ଚିରଞ୍ଜୀବୀଙ୍କ ଫ୍ୟାନ୍‌ମାନେ ଏହି ବର୍ଣ୍ଣାଢ୍ୟପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଏକତ୍ରିତ ହୋଇ ଏହି କାର୍ଯ୍ୟକ୍ରମ ପାଳନ କରିଥିଲେ ।

ପାରଳାଖେମୁଣ୍ଡି, ବ୍ରହ୍ମପୁର ଓ ଜୟପୁର ଅଞ୍ଚଳର ଚିରଞ୍ଜୀବୀ ଫ୍ୟାନ୍‌ମାନଙ୍କ ମଧ୍ୟରେ ଏକତା, ଭାଇଚାରା ଓ ସାମାଜିକ ସେବାର ଭାବନାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ମେଗା ୟୁଥ୍ ଫୋର୍ସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଭାବେ ଚିରଞ୍ଜିବୀ ମେଗା ଷ୍ଟାର ସଂଘର ୧୮ ଜଣ ଚିରଞ୍ଜୀବୀ ଫ୍ୟାନ୍‌ ମାନଙ୍କୁ ଚିରୁ ବୀମା ଯୋଜନା ଅନ୍ତର୍ଗତରେ (ଦି ନ୍ୟୁଉ ଇଣ୍ଡିଆ ଆସୁରାନସ କମ୍ପାନୀ ଲିମିଟେଡ଼) ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା କାର୍ଡ ବଣ୍ଟନ କରା ଯାଇଥିଲା।

କାର୍ଯ୍ୟକ୍ରମରେ ଗୌରବ ଅତିଥି ଭାବେ ଆନ୍ଧ୍ର ପ୍ରଦେଶ’ ରାଜ୍ୟ ସରକାର’ଙ୍କ ଫରେଷ୍ଟ ଡେଭଲପମେଣ୍ଟ କର୍ପୋରେସନ ବିଭାଗ ନିର୍ଦ୍ଦେଶକ ଶ୍ରୀ ଗେଦେଲା ଚୈତନ୍ୟ ଯୋଗ ଦେଇ ସଂଘ’ର ୧୮ ଜଣ ଚିରଞ୍ଜିବୀ ଫ୍ୟାନ ଙ୍କୁ ଚୀରୁ ବୀମା ଯୋଜନା ଅନ୍ତର୍ଗତ ର ଏହି ସ୍ୱାସ୍ଥ୍ୟ ବୀମା କାର୍ଡ ବଣ୍ଟନ କରିଥିଲେ । ଏହି ପଦକ୍ଷେପକୁ ଚିରଞ୍ଜିବୀ ଫ୍ୟାନ୍‌ମାନଙ୍କ ମଧ୍ୟରେ ସାମାଜିକ ସୁରକ୍ଷା ଓ ପରସ୍ପର ସହଯୋଗର ଏକ ଉଦାହରଣ ଭାବେ ଦେଖାଯାଇଛି।

ଏହି ଅବସରରେ ପାରଳାଖେମୁଣ୍ଡି ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପାଧ୍ୟକ୍ଷ ଶ୍ରୀ ଲେଙ୍କା ମଧୁ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ ।

ଅନ୍ୟ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ମଞ୍ଚରେ ରାଜ୍ୟ ଚିରଞ୍ଜିବୀ ଫ୍ରେଣ୍ଡସ ଏସୋସିଏସନ ର ସଭାପତି ଶ୍ରୀ ୱାଈ: ଏସ: ଖାନ୍ନା , ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା ଚିରଞ୍ଜିବୀ ଫ୍ରେଣ୍ଡସ ଏସୋସିଏସନର ସଭାପତି ଶ୍ରୀ ଭି: ରାମୁ, ବ୍ରହ୍ମପୁର ଚିରଞ୍ଜିବୀ ଫ୍ରେଣ୍ଡସ ଏସୋସିଏସନର ସଭାପତି ଶ୍ରୀ ଅଜୟ କୁମାର, ଓଡ଼ିଶା ରାଜ୍ୟ ମେଗା ୟୁଥ୍ ଫୋର୍ସ ର ସଭାପତି ଶ୍ରୀ ଗୌରୀ ଶଙ୍କର ରାଣା , ଏବଂ ପାରଳାଖେମୁଣ୍ଡି ଚିରଞ୍ଜିବୀ ଫ୍ରେଣ୍ଡସ ସଂଘର ସଭାପତି ଶ୍ରୀ ଏ: ରାମୁ ପ୍ରମୁଖ ମଞ୍ଚାସିନ ଥିଲେ ।

ମଞ୍ଚାସିନ ଅତିଥି ମାନେ ମୁଖ୍ୟତଃ ଏଭଳି ଏକ ସାମାଜିକ ଓ ଯୁବମୁଖୀ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଆୟୋଜକ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କ ମଧ୍ୟରେ ସେବା, ସହଯୋଗ ଓ ସାମାଜିକ ଦାୟିତ୍ୱବୋଧ ବୃଦ୍ଧି କରିବା ନେଇ ଆଲୋଚନା ହୋଇଥିଲା। ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଫ୍ୟାନ୍‌ମାନେ ଏକାଠି ହୋଇଥିବାରୁ ପରସ୍ପର ମଧ୍ୟରେ ସମ୍ପର୍କ ଓ ସଂଗଠନକୁ ଆହୁରି ମଜବୁତ କରିବାର ସୁଯୋଗ ସୃଷ୍ଟି ହୋଇଥିଲା।

ଆୟୋଜକମାନଙ୍କ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଯୁବକ ମାନଙ୍କୁ ନେଇ ବିଭିନ୍ନ ସାମାଜିକ ଓ ଜନକଲ୍ୟାଣ ଧର୍ମୀ ମୂଳକ କାର୍ଯ୍ୟକ୍ରମ କରାଯିବ ବୋଲି କୁହା ଯାଇଥିଲା।

କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଫ୍ୟାନ୍‌ମାନେ ଏକତା ଓ ସାମାଜିକ ସେବାର ଧାରାକୁ ଆଗକୁ ନେବା ପାଇଁ ସଙ୍କଳ୍ପ ନେଇଥିଲେ।

ସମସ୍ତ କାର୍ଯ୍ୟକ୍ରମକୁ ପାରଳାଖେମୁଣ୍ଡି ଚିରଞ୍ଜିବୀ ଫ୍ରେଣ୍ଡସ ସଂଘର ସଭାପତି ଶ୍ରୀ ଏ: ରାମୁ ପରିଚାଳନା କରିଥିବା ବେଳେ ଅନ୍ୟ ସହଯୋଗୀ ମାନେ ସହଯୋଗ କରିଥିଲେ ।

——————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

——————————————