September 20, 2026

ବଡ଼ବୋରସିଙ୍ଗିରେ ଜ୍ଞାନ ବିଜ୍ଞାନ ମେଳା; ବିଜ୍ଞାନମନସ୍କତା ବିକାଶ ପାଇଁ ଛାତ୍ରଛାତ୍ରୀଙ୍କ ପ୍ରୟାସ

IMG-20260920-WA0052
Share

ବଡ଼ବୋରସିଙ୍ଗି, ୨୦/୯: ବଡ଼ବୋରସିଙ୍ଗିସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା କେନ୍ଦ୍ର ପରିସରରେ ଶୁକ୍ରବାର ଜ୍ଞାନ ବିଜ୍ଞାନ ମେଳା ୨୦୨୬-୨୭ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ, ଅନୁସନ୍ଧାନମନସ୍କତା ଓ ସୃଜନଶୀଳ ଚିନ୍ତନର ବିକାଶ ଉଦ୍ଦେଶ୍ୟରେ ଏହି ମେଳା ଆୟୋଜିତ ହୋଇଥିଲା।

ଅନୁଷ୍ଠାନର ସଭାପତି ଶରତ ଚନ୍ଦ୍ର ବିଷୋୟୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବାବେଳେ ସମ୍ପାଦକ ଏସ୍‌. ସିମାଞ୍ଚଳ ପୃଷ୍ଟି ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମନାରାୟଣ ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନଭିତ୍ତିକ ଚିନ୍ତାଧାରା ଆପଣାଇବା ସହ ନୂତନ କିଛି ଜାଣିବା ଓ ଶିଖିବା ପାଇଁ ପ୍ରେରଣା ଦେଇଥିଲେ। ସମ୍ମାନିତ ଅତିଥି ତଥା ପରିଦର୍ଶକ ଭାବେ ବିଜ୍ଞାନ ଶିକ୍ଷକ ଦେବାଶିଷ ସେଠୀ ଓ କିରଣ ସ୍ୱାଇଁ ଯୋଗଦେଇ ବିଭିନ୍ନ ବିଜ୍ଞାନଭିତ୍ତିକ ପ୍ରଦର୍ଶନୀ ଓ ଛାତ୍ରଛାତ୍ରୀଙ୍କ ପ୍ରୟାସକୁ ପରିଦର୍ଶନ କରିଥିଲେ। ମେଳାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ୭ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅପୂର୍ବ ଭୋଳଙ୍କ ନେତୃତ୍ୱରେ ଗୁରୁଜୀ ସୁକାନ୍ତ କୁମାର ଷଡ଼ଙ୍ଗୀ, ଗୁରୁମା ପ୍ରତିମା ଭୋଳ, ସୁଜ୍ଞାନୀ ଭୂୟାଁ, ବିରାଜିନୀ ପ୍ରଧାନ, ମାନସୀ ବିଷୋୟୀ, ରାକ୍ଷୀ ପ୍ରଧାନ, ରାଜଲକ୍ଷ୍ମୀ ସ୍ୱାଇଁ ଓ ପୂର୍ଣ୍ଣବାସୀ ତାରିଣୀ ପ୍ରମୁଖ ମେଳାର ସଫଳ ଆୟୋଜନରେ ସହଯୋଗ କରିଥିଲେ।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ