କାଶ୍ୟପଗୋତ୍ରୀ ତନ୍ତିକୁଳ ନଅଶହ ଘର ସମିତି ପକ୍ଷରୁ ମନ୍ଦିର ପ୍ରତିଷ୍ଠା ଉତ୍ସବ ସହିତ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ
କାଶ୍ୟପ ଗୋତ୍ରୀ ତନ୍ତୀକୂଳ ନଅଶହ ଘର ସମିତି ଆନୁକୂଲ୍ୟରେ ପୁରୀର କଡାକିଆ ତନ୍ତୀମଠ ପରିସରରେ ଏପ୍ରିଲ ୨୮ ଠାରୁ ମେ ୨ତାରିଖ ପର୍ଯ୍ୟନ୍ତ ମନ୍ଦିର ପ୍ରତିଷ୍ଠା ଉତ୍ସବ ସହିତ ଅଷ୍ଟପ୍ରହରୀ ନାମଯଜ୍ଞ ମହାଡ଼ମ୍ବରରେ ପାଳନ ହୋଇ ଆସୁଅଛି l ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସଭାପତି ବିଦ୍ୟାଧର ମଣ୍ଡଳଙ୍କ ଅଧକ୍ଷତାରେ ସମ୍ପାଦକ ଖଗେଶ୍ୱର ବେହେରା, ହୁରେନ୍ଦ୍ରନାଥ ଭୂୟାଁ,ଦମ୍ବୁରୁଧର ଘଡ଼ାଇ, ସୁକାନ୍ତ କୁମାର ବେହେରା, ଅନନ୍ତ ପ୍ରସାଦ ଜେନା ଓ ରୂପଶ୍ରୀ ବେହେରାଙ୍କ ସହିତ ଅନୁଷ୍ଠାନ ର ରାଜ୍ୟ ସଦସ୍ୟ ସଦସ୍ୟା ମାନେ ଏହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରୁଥିବା ସତ୍ୱେ ଦୁଃଖ ଏବଂ ପରୀତାପର ବିଷୟ ସାରା ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବାବେଳେ ଗତକାଲି ପ୍ରବଳ ଝଡ଼ବର୍ଷା ରେ ଯଜ୍ଞସ୍ଥଳ ଭାଙ୍ଗିଯିବା ସହିତ ଶତାଧିକ ଶ୍ରଦ୍ଧାଳୁ ରାତି ଅଧରେ ବର୍ଷା ଏବଂ ପବନ କୁ ସାମ୍ନା କରି ନିଜ ପରିବାର ସହିତ ରାତି ଅନିଦ୍ରା ହୋଇ ବସିଥିଲେ ତେଣୁ ଏହି ଅନୁଷ୍ଠାନ ପ୍ରତି ସରକାରଙ୍କର ଦୃଷ୍ଟି ପଡିଲେ ଅନୁଷ୍ଠାନ ଟି ପୁରୀ ସହରରେ ସମସ୍ତଙ୍କ ଦୃଷ୍ଟିଗୋଚର ହୋଇପାରନ୍ତା ବୋଲି ଅନୁଷ୍ଠାନ ପକ୍ଷରୁ ଗଣମାଧ୍ୟମ କୁ ସୂଚନା ଦିଆଯାଇଛି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
