ପ୍ରଧାନଶିକ୍ଷକ ଗୌରୀଶଙ୍କର ଜେନା ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା..
ତିର୍ତ୍ତୋଲ ତା 1/5/2026 ଜଗତସିଂହପୁରଜିଲ୍ଲା ତିର୍ତ୍ତୋଲବ୍ଲକ, ସଅଁରା ପଞ୍ଚାୟତ ଅଧିନ ଧୂଆଁପାରି, ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଗୌରୀଶଙ୍କର ଜେନା ଙ୍କୁ ଗତ ଗୁରୁବାର ଦିନ ପୂର୍ବାହ୍ନ ରେ ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନାଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରାକ୍ତନ ପ୍ରଧାନଶିକ୍ଷକ ସୁନାକର ନାୟକ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସଭାପତିତ୍ବ କରିଥିବାବେଳେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବିକ୍ରମକେଶରୀ ସ୍ୱାଇଁ ( ମୁନା )ଓ ମୁଖ୍ୟବକ୍ତା ଭାବରେ ନିଖିଳଉତ୍କଳ ଶିକ୍ଷକ ମହାସଂଘ ର ରାଜ୍ୟ ସଭାପତି ଅକ୍ଷୟ କୁମାର ଦାସ ଯୋଗଦେଇଥିବା ବେଳେ,ପୂର୍ବତନ ଶିକ୍ଷାଧିକାରୀ ବାଇଧର ତ୍ରିପାଠୀ ସ୍ୱତନ୍ତ୍ର ଅତିଥି ଙ୍କ ସମେତ ଶିକ୍ଷକନେତା ସୁରେନ୍ଦ୍ର କୁମାର ମହାପାତ୍ର, ପ୍ରାକ୍ତନ ପ୍ରଧାନଶିକ୍ଷକ ସମରେନ୍ଦ୍ର ସାହୁ, ରବୀନ୍ଦ୍ର ନାଥ ବିଶ୍ୱାଳ, ଅକ୍ଷୟ କୁମାର ନାୟକ, ପୂର୍ବତନ ସରପଞ୍ଚ ବିଭୁତିଭୂଷଣ ଦାଶ, ବିଦ୍ୟାଳୟ ଆଲୁ୍ମନି କମିଟି ର ସଭାପତି ବସନ୍ତ କୁମାର ମିଶ୍ର, ପରିଚାଳନା କମିଟିର ସଭାପତି ମନୋଜ କୁମାର ରାଉତ, ସମାଜସେଵୀ ହେମନ୍ତ କୁମାର ଦାଶ,ବିଜୟ କୁମାର ସ୍ୱାଇଁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ, ବିଦାୟୀ ପ୍ରଧାନଶିକ୍ଷକ ଶ୍ରୀ ଜେନା ଙ୍କର କାର୍ଯ୍ୟଦକ୍ଷତା, ଆଦର୍ଶ ଶିକ୍ଷକତା ଓ ଛାତ୍ରବତ୍ସଳତା ଆଦି ଦିବ୍ୟଗୁଣ କର୍ମ ଉପରେ ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିବା ସହିତ ବିଭିନ୍ନଅନୁଷ୍ଠାନ, ଶିକ୍ଷକଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ବିଶିଷ୍ଟମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଙ୍କ ତରଫରୁ ତାଙ୍କୁ ଉତ୍ତରୀୟ, ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ବାଗ୍ମୀ ଶିକ୍ଷକ ବାବୁଲି ସ୍ୱାଇଁ ସମସ୍ତଙ୍କୁ ମଞ୍ଚକୁ ସ୍ୱାଗତ କରିବା ସହିତ ମଞ୍ଚସଂଚାଳନ କରିଥିଲେ l ଶିକ୍ଷକ ଟୁଟୁ ଦାସ ଅତିଥିପରିଚୟ ପ୍ରଦାନ କରିଥିବାବେଳେ ଏହି ସମସ୍ତକାର୍ଯ୍ୟକ୍ରମ କୁ ପରିଚାଳନା କରିବାକ୍ଷେତ୍ରରେ ଉକ୍ତବିଦ୍ୟାଳୟର ପ୍ରଣତି ବେହେରା, ପ୍ରଦୀପ୍ତ କୁମାର ରାଉତ, ମୀରା କୁମାରୀ ସେଠୀ ଙ୍କ ସମେତ ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସକ୍ରିୟ ସହଯୋଗ କରିଥିଲେ l ଶିକ୍ଷକ ବିଶ୍ୱନାଥ ଗିରି ଓ ପ୍ରଧାନଶିକ୍ଷକ ଜଗନ୍ନାଥ ସ୍ୱାଇଁ ଙ୍କୁ କାର୍ଯ୍ୟକ୍ରମ ର ସଫଳତା ପାଇଁ କୃତଜ୍ଞତା ଜ୍ଞାପନ କରାଯାଇଥିଲା l ଶେଷରେ ଶିକ୍ଷକ ରଶ୍ମୀରଞ୍ଜନ ଉତ୍ତରାସିଂହ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
