ତିର୍ତ୍ତୋଲ ରେ ଶୁଭ ଉଦଘାଟନ ହେଲା ବୁଦ୍ଧବିହାର…..ଦର୍ଶନାର୍ଥେ ଶହସ୍ରାଧିକ ଶ୍ରଦ୍ଧାଳୁ

IMG-20260502-WA0001
Share

ତିର୍ତ୍ତୋଲ ::- ତା ୦୧/୦୫/୨୬

 

( ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ସର୍ବ ଭାରତୀୟ ସ୍ତରରେ ପ୍ରାଚୀନ ଶିଳାଲେଖ ଅନୁସାରେ ଅନେକ ସ୍ଥାନରେ ବୌଦ୍ଧ ମନ୍ଦିର ର ଅବସ୍ଥିତି ବିଷୟରେ ଜାଣିବାକୁ ମିଳୁଥିଲେ ବି ଆଧୁନିକ ଭାରତରେ ତାର ବାସ୍ତବତା ଦେଖିବାକୁ ବିରଳ ବୋଲି ବୋଧ ହୁଏ l ଜୟଦେବ ଙ୍କ ବିରଚିତ ଗୀତଗୋବିନ୍ଦ ରୁ ଅନୁମେୟ ଯେ ବିଷ୍ଣୁ ଙ୍କର ଦଶ ଅବତାର ମଧ୍ୟରେ ତଥାଗତ ଗୌତମ ବୁଦ୍ଧ ହେଉଛନ୍ତି ନବମ ଅବତାର l କିନ୍ତୁ ଭାରତୀୟ ଜନତା ଙ୍କ ମଧ୍ୟରେ ସେହି ଭାବନା ଏକ ଧର୍ମ୍ମ ଧାରଣା ସୃଷ୍ଟି କରୁ ଥିବାରୁ ତାହା ସତେ ଯେପରି ବିଦେଶୀ ଭଗବାନ ବୋଲି ତୁଛୀକୃତ ମନେ ହେଉଛି l ଯଦିଓ ସାରା ପୃଥିବୀରେ ୧୪୩ ଦେଶରେ ବୌଦ୍ଧ ଅନୁଗାମୀ ମାନେ ରହି ଅଛନ୍ତି l କିନ୍ତୁ ଭାରତରୁ ଜନ୍ମିତ ତଥାଗତ ବୁଦ୍ଧଙ୍କୁ ଭାରତର ଲୋକେ ଆଗ୍ରହ୍ୟ କରିବାର ଦେଖାଯାଏ ବୋଲି ଆଜିର ବୌଦ୍ଧ ମୁର୍ତ୍ତୀ ସ୍ଥାପନା ସଭାରେ ଅତିଥି ମାନେ ମତ ପ୍ରଦାନ କରିଥିବାର ଶୁଣିବାକୁ ମିଳିଥିଲା l ଖବର ଅନୁସାରେ ବୁଦ୍ଧ ପୂର୍ଣ୍ଣିମା ଉପଲକ୍ଷେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତ ଅଧୀନ ମତ୍ତଗଜପୁର ଗ୍ରାମରେ ବହୁ ଆନନ୍ଦ ଉଲ୍ଲାସରେ,ଜଗତଜ୍ୟୋତି ତଥାଗତ ଗୌତମ ବୁଦ୍ଧ ଙ୍କ ଶିଳାମୁର୍ତ୍ତୀ ସ୍ଥାପନା କରାଯାଇ ଅଛି l ପ୍ରଭାତରୁ ପୂର୍ଣ୍ଣତୋୟା ପାଇକା ନଦୀରୁ କଳସ ଶୋଭାଯାତ୍ରା ବାହାରି ବୁଦ୍ଧ ବିହାର ପର୍ଯ୍ୟନ୍ତ ଆସି ଘଟ ସ୍ଥାପନା କରାଯାଇ ବୌଦ୍ଧ ବିଚାରଧାରା ରୀତିନୀତି ଅନୁସାରେ ପୂଜାର୍ଚନା କରାଯାଇଥିଲା l ଉପସ୍ଥିତ ଶ୍ରଦ୍ଧାଳୁ ମାନେ ପୁଷ୍ପାଞ୍ଜଳି ପ୍ରଦାନ କରି ନିଜକୁ କୃତାର୍ଥ ମନେ କରିଥିଲେ l ତତ୍ପରେ ଏକ ବୌଦ୍ଦିକ ଆଲୋଚନା ଚକ୍ର ସଭାର ଆୟୋଜିତ କରା ଯାଇଥିଲା l ଏହି ସଭାରେ ସଭାପତିତ୍ୱ କରିଥିଲେ ଭୁବନେଶ୍ୱର ଉଚ୍ଚ ନ୍ୟାୟାଳୟ ର ଆଇନୀଜୀଵି ପ୍ରଦୀପ କୁମାର ମଲ୍ଲିକ l ଭୁବନେଶ୍ୱର ସ୍ଥିତ ୟୁନିଭରସାଲ ବୁଦ୍ଧ ଫାଉଣ୍ଡେସନ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଇଂ. ବେଦଦ୍ୟୁତି ପୃଷ୍ଟି ଥିବା ବେଳେ,ସମ୍ମାନୀୟ ଅତିଥିଭାବେ ଯୋଗ ଦେଇଥିଲେ, ଅମୀୟ କୁମାର ସେଠୀ, ରବୀନ୍ଦ୍ର ନାଥ ସେଠୀ, ବାବାଜୀ ମଲ୍ଲିକ, ଅଞ୍ଜନ ମଲ୍ଲିକ, ପ୍ରଭାତ କୁମାର ସେଠୀ, ମୁରଲୀଧର ସେଠୀ ,ପ୍ରମୋଦିନୀ ମଲ୍ଲିକ ଏବଂ ମଞ୍ଜୁଲତା ସେଠୀ l ଗୌତମ ବୁଦ୍ଧ ଙ୍କ ମୁର୍ତ୍ତୀ ପ୍ରତିଷ୍ଠା ର ବୌଦ୍ଦିକ କାର୍ଯ୍ୟରେ କର୍ତ୍ତଭାବେ ଉପଵେଶନ କରିଥିଲେ ବୌଦ୍ଧ ଶିଷ୍ୟ ନୀଳକଣ୍ଠ ଦାସ ଏବଂ ବୌଦ୍ଧ ମନ୍ତ୍ର ଉଚ୍ଚାରଣ କରିଥିଲେ ବାବାଜୀ ମଲ୍ଲିକ ଏବଂ ଅମୀୟ ସେଠୀ l ପରିଶେଷରେ ବହୁବାର ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚେଇ ଥିବା ତାର୍ତ୍ତୋଲ ଗ୍ରାମର ଅଧୀର କୁମାର ରାଉତ ଙ୍କୁ ଉପଢୌକନ ମାନପତ୍ର, ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଦିତ କରାଯାଇ ଥିଲା l ବହୁ ସମାଜସେବୀ, ସାମ୍ବାଦିକ, ନୃତ୍ୟଶିଳ୍ପୀ ଙ୍କୁ ମଧ୍ୟ ୟୁନି୍ଭର୍ସାଲ ବୁଦ୍ଧ ଫାଉଣ୍ଡେସନ ତରଫରୁ ସମ୍ବର୍ଦ୍ଧନା ମଧ୍ୟ ପ୍ରଦାନ କରାଯାଇ ଥିଲା l ଏହି ସମସ୍ତ କାର୍ଯ୍ୟକ୍ରମ କୁ ରବୀନ୍ଦ୍ର କୁମାର ମଲ୍ଲିକ ଙ୍କ ତତ୍ୱାବଧାନ ରେ କରାଯାଇଥିବା ବେଳେ, ଗ୍ରାମର ଉଦୀୟମାନ ଯୁବକ ମାନେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା l