August 25, 2026

ସୁନାବେଡ଼ାରେ ଚାଞ୍ଚଲ୍ୟ: ହାଲ କର୍ମଚାରୀଙ୍କ ଘରୁ ୨୨ଟି ନାଗ ସାପ ଛୁଆ ଉଦ୍ଧାର

IMG-20260629-WA0012
Share

 

 

କୋରାପୁଟ ଜିଲ୍ଲା ସୁନାବେଡ଼ା-୨ ହାଲ ସହରାଞ୍ଚଳର ଏକ କ୍ୱାର୍ଟରରୁ ୨୨ଟି ନାଗ ସାପ ଛୁଆ ଉଦ୍ଧାର ହୋଇଛି। ଗାଡ଼ି ରଖିବା ସ୍ଥାନରେ ସାପ ଛୁଆ ଦେଖାଯିବା ପରେ ସାପ ଉଦ୍ଧାରକାରୀ ସୁଜିତ କୁମାର ମହାନ୍ତିଙ୍କୁ ଖବର ଦିଆଯାଇଥିଲା। ଗାତରେ ପାଣି ପକାଇବା ପରେ ପ୍ରାୟ ଏକ ଘଣ୍ଟା ମଧ୍ୟରେ ୨୨ଟି ନାଗ ସାପ ଛୁଆ ବାହାରିଥିଲେ। କିଛି ଦିନ ପୂର୍ବରୁ ସେହି ସ୍ଥାନରୁ ଏକ ବୟସ୍କ ନାଗ ସାପ ଉଦ୍ଧାର ହୋଇଥିବାରୁ ଏଗୁଡ଼ିକ ତାହାର ଛୁଆ ବୋଲି ସନ୍ଦେହ କରାଯାଉଛି। ଉଦ୍ଧାର ହୋଇଥିବା ସମସ୍ତ ସାପ ଛୁଆଙ୍କୁ ସୁରକ୍ଷିତ ସ୍ଥାନରେ ଛାଡ଼ାଯିବ ବୋଲି ସାପ ଉଦ୍ଧାରକାରୀ ସୂଚନା ଦେଇଛନ୍ତି।( ଗୁପ୍ତେଶ୍ୱର ରଥ କୋରାପୁଟ)