April 27, 2026

ପବିତ୍ର ରାମନବମୀ ରେ ସୁନ୍ଦରାକାଣ୍ଡ ପରିବେଷଣ

IMG-20260328-WA0017
Share

 

ପବିତ୍ର ଶ୍ରୀରାମନବମୀ ର ସଂଧ୍ୟାରେ ସ୍ଥାନୀୟ ଚକ୍ରତୀର୍ଥ ରୋଡସ୍ଥ ହୋଟେଲ ଗାର୍ଡେନ୍ ରିସର୍ଟ ପରିସରରେ ଗୋସ୍ବାମୀ ତୁଳସୀ ଦାସ ଙ୍କ ରଚିତ ଶ୍ରୀରାମଚରିତ ମାନସ ରେ ଭକ୍ତରାଜ ଶ୍ରୀ ହନୁମାନ ସାଗର ଲଂଘନ କରି ଲଙ୍କା ନଗରୀ ର ଅଶୋକବାଟିକା ରେ ବନ୍ଦିନୀ ଥିବା ମାତା ସୀତା ଙ୍କୁ ଠାବ କରିଥିବା ପ୍ରସଙ୍ଗ ସୁନ୍ଦରକାଣ୍ଡ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଗଥିଲା। ବ୍ୟାସ ପଣ୍ଡିତ ରାଜେଶ ମହାପାତ୍ର ଓ ସାଥି ମାନଙ୍କ ଦ୍ବାରା ସୁଲଳିତ କଣ୍ଠରେ ପରିବେଷିତ କଥା ଓ ଭକ୍ତିସଙ୍ଗୀତ କୁ ତିନିଶହ ରୁ ଉର୍ଦ୍ଧ୍ବ ଶ୍ରୋତୃମଣ୍ଡଳୀ ମନ୍ତ୍ରମୁଗ୍ଧ ଭାବେ ଉପଭୋଗ କରିଥିଲେ। ହୋଟେଲ ର ପ୍ରତିଷ୍ଠାତା ଶିଳ୍ପପତି ରବିନାରାୟଣ ମିଶ୍ର ଓ ତାଙ୍କର ଅନୁଜ ଏବଂ ସଂପୂର୍ଣ୍ଣ ପରିବାର ଙ୍କ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁ ଙ୍କୁ ସ୍ବାଗତ ସତ୍କାର କରାଯାଇଥିଲା।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ