ଏରସମାର ଉପକୂଳ ଇଲାକାରୁ କଇଁଛ ଗୋଟାଇ ନେଉଥିଲେ
ଭୁବନେଶ୍ୱର, ବେଙ୍ଗାଲୁରୁରେ ଚଢା ଦାମରେ ବିକ୍ରି କରୁଥିଲେ। ମାଡି ବସିଲା ବନବିଭାଗ। ଗୋଟିଏ ବାଇକ ସହ ୧୯ଟି କଇଁଛ ଜବତ କରିବା ସହ ଜଣେ କଇଁଛ ଚୋରା ବେପାରୀକୁ ଗିରଫ କରାଯାଇଛି। କଇଁଛ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାଶ କରିବାକୁ ବନବିଭାଗ ଜୋରଦାର କରିଛି ଛାନଭିନ। ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। କୋର୍ଟ ନିର୍ଦ୍ଦେଶ ପରେ ମହାନଦୀରେ କଇଁଛ ଛଡାଯିବ ବୋଲି କହିଛନ୍ତି ବନ ଅଧିକାରୀ। କୁଜଙ୍ଗ ଚଟୁଆ ନିକଟରୁ ବନବିଭାଗ ଏହି କଇଁଛ ଜବତ କରିଥିଲା। ବାଲିତୁଠ ଅଂଚଳରୁ କଇଁଛଗୁଡିକୁ ଧରି ପାରାଦୀପ, କଟକ, ଭୁବନେଶ୍ୱର, ବେଙ୍ଗାଲୁରୁ ପ୍ରଭୃତି ସ୍ଥାନରେ ଚୋରା ବେପାରୀମାନେ ବିକ୍ରି କରୁଥିବା ବନବିଭାଗ ସନ୍ଦେହ କରିଛି।
(ପାରାଦୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର)
