ହାଜିପୁର ହନୁମାନଜୀୟୁ ଙ୍କ ପୀଠରେ ଷଷ୍ଠବାର୍ଷିକ ଶ୍ରୀରାମନବମୀ ପାଳନ ..
ତିର୍ତ୍ତୋଲ ତା 27/3/2026 ତିର୍ତ୍ତୋଲ ବ୍ଲକ ତରଜଙ୍ଗାପଞ୍ଚାୟତ ଅନ୍ତର୍ଗତ ହାଜିପୁର ଗ୍ରାମରେ ଶ୍ରୀଶ୍ରୀ ହନୁମାନଜୀଉ ଙ୍କ ପୀଠ ସ୍ଥଳୀରେ, ପଞ୍ଚମବାର୍ଷିକ ଶ୍ରୀରାମ ନବମୀ ଓ ଯଂଜ୍ଞଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ପୂର୍ବାହ୍ନ ରେ ପୁଣ୍ୟତୋୟା ବୃଦ୍ଧମାତଙ୍ଗି ( ବୁଡ଼ୁନଇ ) ରୁ ଏକ କଳସ ବାହାରି, ପୀଠସ୍ଥଳିରେ ପହଞ୍ଚିଥିଲା l ଘଟସ୍ଥାପନ, ଅଙ୍କୁରାରୋପଣ, ଅଗ୍ନି ସ୍ଥାପନ ପରେ ନିତ୍ୟପୂଜକ ପଣ୍ଡିତ ରାକେଶ ପଣ୍ଡା ଓ ସହଯୋଗୀ ଆଚାର୍ଯ୍ୟ ମାନଙ୍କ ଦ୍ୱାରା ଯଜ୍ଞ ରେ ଆହୁତି ପ୍ରଦାନ, ଷୋଡଶ ଉପଚାର ପୂଜାର୍ଚ୍ଚନା ପରେ ଗ୍ରାମବାସୀ ମାନେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ l ସନ୍ଧ୍ୟାରେ ମହାମନ୍ତ୍ର ନାମସଂକୀର୍ତ୍ତନ, ଭଜନ ସମାରୋହ, ଆଧ୍ୟାତ୍ମିକ ନୃତ୍ୟସଙ୍ଗୀତ ଓ ଆଧ୍ୟାତ୍ମିକ ପ୍ରବଚନ ଆଦି କାର୍ଯ୍ୟକ୍ରମ ରେ ସହସ୍ରାଧିକ ଶ୍ରଦ୍ଧାଳୁଭକ୍ତ ଙ୍କ ସମାବେଶ ଦେଖିବାକୁ ମିଳିଥିଲା l ଆଶିଷ ଚୌଧୁରୀ ଓ ସସ୍ମିତା ଚୌଧୁରୀ କର୍ତ୍ତା କର୍ତ୍ତ୍ରୀ ଭାବେ ଦାୟିତ୍ୱସମ୍ପନ୍ନ କରିଥିବାବେଳେ , ଏହି ସମସ୍ତ କାର୍ଯ୍ୟକ୍ରମ କୁ ପ୍ରମୋଦ ଚୌଧୁରୀ(କୁନାବାବୁ)ପ୍ରଦୀପ୍ତ ନାୟକ, ସୁରେନ୍ଦ୍ର ମାଟି, ପ୍ରଶାନ୍ତ ଚୌଧୁରୀ , ନିମାଇଁ ପରିଜା , ବିଜୟ କୁମାର ନାୟକ, ନାରାୟଣ ନାୟକ, ସାରଦା ମାଟି , ବିରଜା ମାଟି, ପ୍ରସନ୍ନ ଵେଦ, ଗୁପ୍ତଚରଣ ମାଟି, ନେତ୍ରାନନ୍ଦ ନାୟକ , ସୁବ୍ରତ ବାରିକ, ରଞ୍ଜନ ନାୟକ, ତ୍ରିନାଥ ପରିଜା, ସୁନାକର ବାରିକ, ହୃଷିକେଶ ନାୟକ , ଅନନ୍ତ ଚରଣ ବାରିକ, ପ୍ରଦୀପ୍ତ ମଲ୍ଲିକ, ମିଥୁନା ନାୟକ, ସେସନ ପ୍ରଧାନ , ଟୁକୁନା ନାୟକ, ଦୋଳଗୋବିନ୍ଦ ବାରିକ,ଜିତେନ୍ଦ୍ର ମାଟି, ମୁରଲୀ ନାୟକ, ସଂଗ୍ରାମ ନାୟକ ଓ ସୁବ୍ରତ ମହାନ୍ତି ଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ ପରିଚାଳନା କରି ବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଖବର
