April 28, 2026

ମହେନ୍ଦ୍ରଗିରି ମହାଶିବରାତ୍ରୀ ପାଇଁ ପ୍ରସ୍ତୁତ ବୈଠକ

IMG-20260205-WA0060
Share

 

 

ପାରଳାଖେମୁଣ୍ଡି,ତା.୦୫.୨.୨୦୨୬

 

ଗଜପତି ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ମହେନ୍ଦ୍ରଗିରି ପର୍ବତ ଶିଖରରେ ଚଳିତ ମହାଶିବରାତ୍ରୀ ମହାଆଡମ୍ବରରେ ପାଳନ କରାଯିବ। ଏଥି ନିମନ୍ତେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମାନ୍ୟବର ବିଧାୟକ ମୋହନା ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ, ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା,ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ କେ.ନାଗାରାଜୁ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ,ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ। ଆସନ୍ତା ମହାଶିବରାତ୍ରୀ ପାଳନ ଉପଲକ୍ଷେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତି ଅନୁଯାୟୀ ତା.୧୪ ଓ ୧୫ ଫେବୃଆରି ଦୁଇ ଦିନ ଦରି ମହେନ୍ଦ୍ରଗିରି ପର୍ବତ ଶିଖରେ ମହାଶିବରାତ୍ରୀ ଅନୁଷ୍ଠିତ ହେବ । ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରଯାଇଥିଲା। ମହେନ୍ଦ୍ରଗିରି ମହାଶିବରାତ୍ରି ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁମାନେ ପ୍ରବଳ ଜନସମାଗମ ହେବାର ରହିଅଛି । ଭକ୍ତମାନେ ଯିବା ଆସିବା ରାସ୍ତାର ବିଭିନ୍ନ ସ୍ଥାନରେ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯିବ। ରାସ୍ତାର ମରାମତି ପାଇଁ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୧୦ ଟଙ୍କାର ସୁଲଭ ଦରରେ ପ୍ରସାଦ ବିକ୍ରୟ ପାଇଁ ବ୍ୟବସ୍ଥା ରଖାଯାଇଛି। ମହେନ୍ଦ୍ରଗିରି ଶିଖର ମଧ୍ୟରେ ବିଭିନ୍ନ ସ୍ଥାନରେ ପାନୀୟ ଜଳ ଯୋଗାଇଦିଆଯିବ। ପର୍ବତ ଶିଖରରେ ଯାନବାହାନ ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ସେହିପରି କୁନ୍ତୀ ମନ୍ଦିର ଓ ଯୁଧିଷ୍ଟିର ମନ୍ଦିର ଦର୍ଶନ ପାଇଁ ପ୍ରତି ମନ୍ଦିର ପିଛା ୨୦ ଟଙ୍କା ରଖାଯାଇଛି। ପ୍ରବଳ ଜନସମାଗମ ଦୃଷ୍ଟିକୁ ରଖି ପୋଲିସ୍ ଫୋର୍ସ ସୁରକ୍ଷା ପାଇଁ ନିୟୋଜିତ ରହିବେ। ବୁରୁକତ ଠାରୁ ମହେନ୍ଦ୍ରଗିରି ପର୍ଯ୍ୟନ୍ତ

ଆଲୋକର ବ୍ୟବସ୍ଥା କରାଯିବ। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ସେଠାରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉପସ୍ଥିତ ରହିବେ। ସେହିପରି ଚିକିତ୍ସା ପାଇଁ ମେଡିକାଲ୍ ଟିମ୍ ନିୟୋଜିତ ରହିବା ସହିତ ଔଷଦ ସାମଗ୍ରୀ ରଖି ସଜାଗ ରହିବାକୁ ନିର୍ଦ୍ଦଶ ଦିଆଯାଇଛି। ପର୍ବତ ଶିଖରେ ସମ୍ପୂର୍ଣ ମାଦକ ଦ୍ରବ୍ଯ ନିଷେଧ କରାଯାଇଛି ଓ ପ୍ଲାଷ୍ଟିକ ବ୍ୟବାହର ନକରିବକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦିଆଯାଇଛି ।

ଏହି ବୈଠକରେ ରାୟଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣ୍ଣବାସୀ ନାୟକ,ଉପ- ଅଧ୍ୟକ୍ଷ ଶ୍ରୀ ଜ୍ୟୋତି ପ୍ରସାଦ ପାଣି,ଉପଖଣ୍ଡ ପୋଲିସ୍ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀ ମାଧବ ନନ୍ଦ ନାୟକ, ତହସିଲଦାର ରାୟଗଡ଼ ଶ୍ରୀ ସୁକାନ୍ତ ପ୍ରଧାନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାୟଗଡ଼ ଶ୍ରୀ ସନ୍ତୋଷ କୁମାର ବାରିକ ସମେତ ରାୟଗଡ଼ା ବ୍ଲକ୍ ର ସମସ୍ତ ଜନପ୍ରତିନିଧି ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

You may have missed