କୋଟପାଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୬୩ ତମ ବାର୍ଷିକ ଉତ୍ସବ ପାଳିତ..

କୋଟପାଡ଼(ହରିଶ କୁମାର ପଟ୍ଟନାୟକ)ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ପାଳିତ ହୋଇ ଯାଇଛି ୬୩ ତମ ବାର୍ଷିକ ଉତ୍ସବ।ଏହି ଅବସରରେ ମୁଖ୍ୟ ଅତିଥି ରୂପେ କୋଟପାଡ଼ ବିଧାୟକ ରୁପୁ ଭତ୍ରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ସ୍ଥାନୀୟ କୋଟପାଡ ଅଧ୍ୟକ୍ଷ
ଏମ.ଶଙ୍ଖର ରାଓ,ସାଂସଦ ପ୍ରତିନିଧି ଚନ୍ଦ୍ରଶେଖର ଦାସ,ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ସୁଧିର ଚନ୍ଦ୍ର ମହାନ୍ତି,କୋଟପାଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍ୱପ୍ନେଶ୍ୱର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ମୁଖ୍ୟବକ୍ତା ରୂପେ ସ୍ଥାନୀୟ ପି ଏମ ଶ୍ରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସବିତା ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ।ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦମୟନ୍ତୀ ସାହୁ ବାର୍ଷିକ ବିବରଣୀ ପଠନ କରି ସ୍କୁଲର ସଫଳତା ସମସ୍ତଙ୍କ ଆଗରେ ଉପସ୍ଥାପନ କରିବା ସହ ସ୍କୁଲର ଅନେକ ସମସ୍ୟା ସମସ୍ତ ଅତିଥି ମାନଙ୍କ ସମ୍ମୁଖରେ ରଖିଥିଲେ।ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ରତିକାନ୍ତ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ ଏବଂ ବରିଷ୍ଠ ଶିକ୍ଷକ ସୁଜିତ ସରକାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ କୃତ୍ତି ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନକୁ ମନମୁଗ୍ଧ କରିଥିଲା।ସ୍ଥାନୀୟ ବାସିନ୍ଦା ଓ ଅବିଭାବକ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ।ବରିଷ୍ଠ ଖେଳ ଶିକ୍ଷୟତ୍ରୀ ପ୍ରଭାସିନୀ ଲିମାଲ,ସୁଭାଶିଷ ପଣ୍ଡା, ମହିମା ମୁଣ୍ଡ,ସଇତା ଗୋଲାରୀ,ସସ୍ମିତା ରନ୍ଧାରୀ, ପ୍ରିୟଦର୍ଶନୀ ମଣ୍ଡଳ,ବନିତା ମହାନ୍ତି, ଆକାଶ ବିଭାର,ରୂପସି ମହାନ୍ତି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
