August 28, 2026

ଆସନ୍ତା କାଲି ୬ ଫେବୃଆରୀ ଠାରୁ ତିନିଦିନିଆ ମାଁ ରାମଚଣ୍ଡୀ ମହୋତ୍ସବ-୨୦୨୬ 

IMG-20260205-WA0072
Share

 

 

ଛତ୍ରପୁର ତା ୫/୨/୨୬ (ଅରୁଣ କୁମାର ପଣ୍ଡା) ଗଞ୍ଜାମ ବ୍ଳକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ସ୍ଥିତ ପ୍ରସିଦ୍ଧ ମାଁ ରାମଚଣ୍ଡୀଙ୍କ ଶକ୍ତିପୀଠ ରେ ଫେବୃୟାରୀ ମାସର ୬, ୭ ଓ ୮ ତାରିଖ ତିନିଦିନ ଧରି ମାଁ ରାମଚଣ୍ଡି ମହୋତ୍ସବ–୨୦୨୬ ଅନୁଷ୍ଠିତ ହେବ । ମାଁ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠାର ତୃତୀୟ ବାର୍ଷିକ ଉତ୍ସବ ଉପଲକ୍ଷେ ଏହି ତିନିଦିନିଆ ମହୋତ୍ସବ ପ୍ରତିବର୍ଷ ଭଳି, ଚଳିତ ବର୍ଷ ଅନୁଷ୍ଠିତ ହେବ l ମାଁ ରାମଚଣ୍ଡି ମନ୍ଦିର ପରିବାର ପକ୍ଷରୁ ଅନୁଷ୍ଠିତ ଏହି ମହୋତ୍ସବ ରେ ବିଭିନ୍ନ ଲୋକକଳା, ଲୋକ ନୃତ୍ୟ ସହ, ଓଡିଶାର ସୁନାମଧନ୍ୟ ଅଭିନେତା ସବ୍ୟସାଚି ମିଶ୍ର, ଜ୍ୟୋତି ପ୍ରକାଶ, କଣ୍ଠ ଶିଳ୍ପୀ ଗୁରୁ ଗଣେଶ ପଟ୍ଟନାୟକ, ଡା. ଅନୁରାଧା ପାଣିଗ୍ରାହୀ(ଅଭିନେତ୍ରୀ), ହିନ୍ଦୀ ଚଳଚିତ୍ର ଜଗତର ସୁନାମ ଧନ୍ୟ କଣ୍ଠଶିଳ୍ପୀ ସାଇ ଶାସ୍ତ୍ରୀ, ଅଙ୍କିତା ରାଣୀ, ନାଭ୍ୟା ଯାଇତି, ପ୍ରଖ୍ୟାତ ୟୁଟୁବର ସତ୍ୟ ଓ ଅଙ୍କିତା, ଯୋଗଦେବାର କାର୍ଯ୍ୟକ୍ରମ ରହିଥ‌ିବା କଥା ଆୟୋଜକ ପକ୍ଷରୁ କୁହା କୁହାଯାଇଛି । ଏହାସହ ବାର୍ଷିକ ଉତ୍ସବ ଉପଲକ୍ଷେ ପୀଠରେ ସୂର୍ଯ୍ୟପୂଜା,ଶ୍ରୀ ଚଣ୍ଡୀ ପାଠ, ଚଣ୍ଡୀ ହବନ ଆଦି ପଣ୍ଡିତ ନବକୃଷ୍ଣ ଆଚାର୍ଯ୍ୟ ଓ ସ୍ଥପତି ପଣ୍ଡିତ ବିଜୟ କୁମାର ତ୍ରିପାଠୀ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହେବ l ଏହା ସାଙ୍ଗକୁ ସବୁବେଳେ ମିନା ବଜାର, ପଲ୍ଲୀଶ୍ରୀ ମେଳା ସାଙ୍ଗକୁ ଅନ୍ତିମ ଦିବସରେ ପ୍ରସାଦ ସେବନ ର ବ୍ୟବସ୍ଥା ରହିଛି l ମନ୍ଦିର ଟ୍ରଷ୍ଟ, ପରିଚାଳନା କମିଟି ଓ ପୂଜାକମିଟି ଦ୍ୱାରା ସମସ୍ତ ଭକ୍ତ ଓ ଅଞ୍ଚଳ ବାସୀଙ୍କୁ ନିମନ୍ତ୍ରିତ କରିବା ସହିତ ମାଁଙ୍କ ଦର୍ଶନ ଓ ମହୋତ୍ସବର ମଜା ନେବାକୁ ପ୍ରେସ ବାର୍ତ୍ତା ମାଧ୍ୟମରେ ଅନୁରୋଧ କରାଯାଇଛି l ଏହି ପ୍ରେସମିଟରେ ପରିଚାଳନା କମିଟି ସଭାପତି ପ୍ରଶାନ୍ତ କୁମାର ନାୟକ,

ପୂଜା କମିଟି ସଭାପତି-ସି ଏଚ ଦୟାନନ୍ଦ ରେଡ୍ଡୀ,

ସଂଯୋଜକ-କମଲ ପଣ୍ଡା, ସହ ସଂଯୋଜକ ତୁଷାର ଶତପଥୀ,

ଉପଦେଷ୍ଟା ମଣ୍ଡଳୀ -ତ୍ରିପତି ବାଲାଜୀ ମିଶ୍ର, ରବୀନ୍ଦ୍ର ପଣ୍ଡା, ସନ୍ତୋଷ ମିଶ୍ର,

K ସତ୍ୟ ନାରାୟଣ ରେଡ୍ଡୀ,ପୂର୍ଣ୍ଣ ଚନ୍ଦ୍ର ପଣ୍ଡା,ସୁଧୀର ମହାରଣା,ସୁଧୀର ନାହାକ,

କୋଷାଧକ୍ଷ-କୁଞ୍ଜ ମହାରଣା ଉପସ୍ଥିତ ଥିଲେ l