ରାୟଗଡା ରେ ସୁଭଦ୍ରା ଶକ୍ତି ମେଳା ଉଦଘାଟନ କରିବା ସହପ୍ରଥମେ ୧୦୮କୁଣ୍ଡିୟ ବିଶ୍ୱ ଶାନ୍ତି ଦେବମହା ଯଜ୍ଞ୍ୟରେ ପୂର୍ଣ୍ଣାହୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ

ରାୟଗଡା ଜିଲ୍ଲା ଆଜି ସାରା ରାଜ୍ୟ ପାଇଁ ମହିଳା ଶାସକ୍ତିକରଣ କ୍ଷେତ୍ରରେ ଉଦାହରଣ ପାଲଟିଛି ରାୟଗଡା ଜିଲ୍ଲାରେ ୧୨,୭୮୩ଟି s h g ଗ୍ରୁପ ଜରିଆରେ ୧, ୫୨ ଲକ୍ଷ୍ୟ ରୁ ଅଧିକ ମା ଓ ଭଉଣୀ ମାନେ ସଙ୍ଗଠିତ ହୋଇ ନିଜପାଇଁ ସୁନ୍ଦର ଭବିଷ୍ୟତ ଗଢୁ ଛନ୍ତି ପୂର୍ବରୁ ଯେଉଁଠି ସୁଯୋଗ ର ଅଭାବ ଥିଲା ମହିଳା ମାନଙ୍କ ସକ୍ରିୟ ଯୋଗଦାନ ଫଳରେ ଆଜି ସେଇଠି ସମ୍ଭାବନା ର ନୂଆ ଦୁଆର ଖୋଲିଚି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାୟଗଡା ଠାରେ ସୁଭଦ୍ରା ଶକ୍ତି ମେଳା ୨୦୨୬ଉଦଘାଟନ କରଛନ୍ତି
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୬୦୦କୋଟିରୁ ଅଧିକ ମୂଲ୍ୟର ୧୦୯ଟି ଉନ୍ନୟନ ମୂଳକ ପ୍ରକଳ୍ପ ର ଉଦଘାଟନ ଓ ୩୬୬କୋଟିରୁ ଉର୍ଦ୍ଧ ଟଙ୍କାର ୮୭ଟି ଭିତ୍ତିପ୍ରସ୍ତର କରାଯାଇଛି ଏସବୁ ପ୍ରକଳ୍ପ ମଧ୍ୟରେ ସଡକ ସେତୁ ସ୍ୱାସ୍ଥ୍ୟ ସେବା ବିଦ୍ୟାଳୟ ମହିଳା ସଶକ୍ତି କରଣ ଭଳି ଅନେକ ଭିତ୍ତିଭୂମି ଉନ୍ନୟନ ମୂଳକ ପ୍ରକଳ୍ପ ରହିଛି ଏଥି ସହିତ ୩୭କୋଟୀବିନିମୟରେ ମାଂ ମଝିଘୋରିଆଣି ମନ୍ଦିରର ଉନ୍ନତି କରଣ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି ଓ ରାୟଗଡା ରେ ମେଡିକାଲ କଲେଜ ସ୍ଥାପନ ପାଇଁ ସରକାରଙ୍କ ବିଚାରାଧୀନ ଅଛିବୋଲି ମତ୍ତ ରଖିଥିଲେ
ଆଗାମୀ ଦିନରେ ହିଣ୍ଡାଲକୋ ୧୫ହାଜର କୋଟି ଟଙ୍କାର ପୁଞ୍ଜିବିନିଯୋଗରେ ଏହାର ସାମ୍ପ୍ରସାରଣ କରିବାକୁ ଯାଉଛି ୨୫ହଜାରକୋଟି ବିନିଯୋଗରେ ବେଦାନ୍ତ ଆଲୁମିନା ରିଫାଇନରି ୭୬୫୩କୋଟିଟଙ୍କା ବିନିଯୋଗରେ ଉତ୍କଳ ଆଲୁମିନା ଇଣ୍ଟେୟାରନେସନାଲ ଭଳି ଅନେକ ପ୍ରକଳ୍ପ ରାୟଗଡା ଜିଲାରେ ପ୍ରତିଷ୍ଠା ହେବାକୁ ଯାଉଛି ଏହି ସବୁ ଶିଳ୍ପାନୁଷ୍ଠାନ ମାଧ୍ୟମରେ ରାୟଗଡା ଜିଲାରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏହି ଶିଳ୍ପାନୁଷ୍ଠାନ ରେ ସ୍ଥାନୀୟ ଯୁବଗୋଷ୍ଟି ପାଇଁ ୮୦ ପ୍ରତିସତ ନିଯୁକ୍ତି ସଂଗ୍ରକ୍ଷଣ ରଖିବା ପାଇଁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦେଶ ଦେଇଥିଲେ ଓ କହିଥିଲେ ଯଦି ସ୍ଥାନୀୟ ଯୁବ ଗୋଷ୍ଟିଙ୍କୁ ନିଯୁକ୍ତି ନ ମିଳେ ତାହାଲେ ଆମେ N O C ପ୍ରଦାନ କରିବୁ ନାହିଁ ବୋଲି କଥା ଦେଇଛନ୍ତି
ଉକ୍ତ କାର୍ଯ୍ୟକ୍ରମ ରେ ରାୟଗଡା ବିଧାୟକ ଶ୍ରୀ ଆପଲା ସ୍ୱାମୀ କାଡ୍ରାକl ବିଷମ କଟକ ବିଧାୟକ ଶ୍ରୀ ନୀଳମାଧବ ହିକକା ,ଗୁଣପୁର ବିଧାୟକ ସତ୍ୟଜିତ ଗୋମାଙ୍ଗ, ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିବଦ୍ଧତା ଭାବକୁ ପ୍ରଶଂସା କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଙ୍କ ଦୃଢ଼ ନେତୃତ୍ୱ ରେ ଓଡିଶା ଆଜି ବିକାଶ ପଥ ରେ ଅଗ୍ରସର ହେଉଛି
ଶିକ୍ଷା ସ୍ୱାସ୍ଥ୍ୟ ଜଳ ସେଚନ କୃଷି ଭିତ୍ତିଭୂମି ଆଦିସମସ୍ତ କ୍ଷେତ୍ରରେ ବିକାଶ ପରିଲିକ୍ଷିତ ହେଉଛି ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଙ୍କ ନେତୃତ୍ୱ ରେ ଆହୁରି ବିକାଶ ହେବ ବୋଲି ବିଧାୟକ ମାନେ ଆଶା ବ୍ୟକ୍ତ କରିଥିଲେ
ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମୁଖ୍ୟ ଉନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟକ୍ରମ ର ସଫଳତା ନିମନ୍ତେ ଜିଲ୍ଳାପ୍ରଶାସନ ଅଧିକାରୀ ଯଥା ଆରକ୍ଷ୍ୟ ଅଧିକାରୀ ସ୍ଵାତି S କୁମାର,ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ନିହାର ରଞ୍ଜନ କଂହର, ଭାରପ୍ରାପ୍ତ ଆରୋକ୍ଷ୍ୟ ଅଧିକ୍ଷକ ଶ୍ରୀ ଅମୁଲ୍ୟ କୁମାର ଧର,ଉପଜିଲ୍ଲାପାଳ ଗୁଣପୁର ଶ୍ରୀ ଦୁଧଧାଳ ଅଭିଷେକ ଦିଲୀପ , ଉପଜିଲ୍ଲାପାଳ ରାୟଗଡା ଶ୍ରୀ ରମେଶ କୁମାର ଜେନା,ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟି କୁ ସମ୍ପୂର୍ଣ କରିଥଲେ|ରାୟଗଡା ରୁ ରବିରାଜ ବୈଦ୍ୟ ଙ୍କ ରିପୋର୍ଟ
