April 28, 2026

ୟୁଏଆଇଏଲ୍ ପକ୍ଷରୁ ଟିକିରି ଗାଁରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ 

IMG-20260203-WA0014
Share

 

କାଶୀପୁର, ୨/୨: ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ସହଯୋଗୀ କମ୍ପାନୀ ପକ୍ଷରୁ ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସଆର୍) ପଦକ୍ଷେପ ଅନ୍ତର୍ଗତ କାଶିପୁର ବ୍ଲକ୍‌ ଟିକିରି ଗ୍ରାମରେ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ ହୋଯାଇଅଛି। ଏହି ଅବସରରେ କାରଖାନା ମୁଖ୍ୟ ଶ୍ରୀ ରବିନାରାୟଣ ମିଶ୍ରଙ୍କ ସମେତ ସିଏସ୍ଆର୍ ଟିମ୍ ସଦସ୍ୟଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଉକ୍ତ କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ।

 

ଟିକିରି ଗ୍ରାମରେ ଅବସ୍ଥିତ ଏହି ଗୋଷ୍ଠୀ କେନ୍ଦ୍ରଟି ସ୍ଥାନୀୟ ଲୋକମାନଙ୍କ ପାଇଁ ସାମାଜିକ, ସାଂସ୍କୃତିକ ଓ ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନରେ ସହାୟକ ହେବା ଉଦ୍ଦେଶ୍ୟରେ ଏହା ନିର୍ମାଣ କରାଯାଇଅଛି। ଉକ୍ତ କେନ୍ଦ୍ରଟି ସ୍ଥାନୀୟ ଅଞ୍ଚଳରେ ଆୟୋଜିତ ସାମାଜିକ କାର୍ଯ୍ୟକ୍ରମ, ସଭା ଓ ଉତ୍ସବ ସକାଶେ ବ୍ୟବହୃତ ହେବ।

 

 

ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ, ୟୁଏଆଇଏଲ୍ ସିଏସଆର୍ ପର୍ଶ୍ଵସ୍ଥ ଗ୍ରାମାଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟ କରି ଅବିରତ ଉଦ୍ୟମ ଓ ପ୍ରତିବଦ୍ଧତାକୁ ଉଲ୍ଲେଖ କରିଛି। ସେ କହିଥିଲେ ଯେ, ଏଭଳି ବିକଶମୁଖି ସାମୂହିକ ସହଯୋଗ ତଥା ସ୍ଥାନୀୟ ଗ୍ରାମାଞ୍ଚଳରେ ଲୋକ କଲ୍ୟାଣକାରୀ କାର୍ଯ୍ୟକ୍ରମ ଦ୍ବାରା ଉତ୍କଳ ଆଲୁମିନା ସକ୍ରିୟ ଭୂମିକା ନିର୍ବାହ କରୁଅଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉତ୍କଳ ଆଲୁମିନା ସିଏସଆର ଟିମର ବରିଷ୍ଠ ଅଧିକାରୀ ତଥା ସିଏସଆର ମୁଖ୍ୟ ଶ୍ରୀମତୀ ଲୋପାମୁଦ୍ରା ମିଶ୍ର, ପ୍ଲାଣ୍ଟ ସିଏସ୍ଆର୍ ମୁଖ୍ୟ ଶ୍ରୀ ଦିଗନ୍ତ ମହାନ୍ତି, ଏବଂ ସିଏସ୍ଆର୍ ଟିମ୍ ସଦସ୍ୟ ଶ୍ରୀ ଆଶିଷ କୁମାର ସାହୁ, ଶ୍ରୀ କାମଦେବ ଓ ଶ୍ରୀମତୀ ହେମଲତା ପ୍ରମୁଖ ଉପସ୍ଥିତ ଥିଲେ।

 

ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସମୁଦାୟ ଲୋକ ପ୍ରତିନିଧି ଶ୍ରୀ ନିରଞ୍ଜନ ନାୟକ, ଶ୍ରୀ ଉପେନ୍ଦ୍ର ପାତ୍ର, ଶ୍ରୀ ହରପ୍ରସାଦ ନାୟକ, ଶ୍ରୀ କୃଷ୍ଣ ପୂଜାରୀ, ଶ୍ରୀ ହରିହର ନାୟକ ଓ ଶ୍ରୀ ମୋହନ ଦଣ୍ଡାସେନା ସମେତ ଟିକିରି ଓ ପର୍ଶ୍ଵସ୍ଥ ଗ୍ରାମବାସୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

 

ସ୍ଥାନୀୟ ଗ୍ରାମବାସୀ ଉତ୍କଳ ଆଲୁମିନାର ଏଭଳି ପଦକ୍ଷେପ ଓ ସହଯୋଗ ପାଇଁ କମ୍ପାନୀ କତୃପକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏଥିସହିତ ଆଗାମୀ ଦିନରେ ସ୍ଥାନୀୟ ଗ୍ରାମାଞ୍ଚଳରେ ଅବିରତ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ ନିମନ୍ତେ ଗାଁ ଲୋକେ ଆଶା ବ୍ୟକ୍ତ କରିଥିଲେ।ରାୟଗଡା ରୁ ରବିରାଜ ବୈଦ୍ୟଙ୍କ ରିପୋର୍ଟ

You may have missed