April 2, 2025

ଉମରକୋଟ ରାଇମିଙ୍ଗ ବାର୍ଡ ସ୍କୁଲ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ……..

Share

 

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ସ୍ଥିତ ରାଇମିଙ୍ଗ ବାର୍ଡ ସ୍କୁଲର ସପ୍ତମ ବାର୍ଷିକ ଉତ୍ସବ “ସଂପ୍ରିତି ” ଦାଢିଗୁଡା ସ୍ଥିତ ସ୍କୁଲ ପରିସରରେ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସଵରେ ମୁଖ୍ୟ ଅତିଥି ଭାବେ ଭାଜପା ରାଜ୍ୟ ସମ୍ପାଦକ ରମେଶ ଚନ୍ଦ୍ର ସାହୁ ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ପୌର ପରିଷଦ ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ,ସ୍କୁଲ ସଭାପତି ସୁଚରିତା ସତପଥୀ,ଉପ ଅଧକ୍ଷା ସୁରଶ୍ରୀୟା ପଟନାୟକ ଯୋଗ ଦେଇଥିଲେ। ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବ ର ଶୁଭ ଉଦଘାଟନ କରିଥିଲେ। ପରେ ପରେ ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା। ସ୍କୁଲ ପରିଚାଳନା ନିର୍ଦ୍ଦେଶକ କାମାକ୍ଷା ପ୍ରସାଦ ଶତପଥୀ ଙ୍କ ଦ୍ୱାରା ସ୍ୱାଗତ ଭାଷଣ ପରେ ସ୍କୁଲ ଅଧକ୍ଷ ସ୍ଵପ୍ନେଶ୍ଵର ପତି ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥି ମାନେ ଶିକ୍ଷା ସଂସାର ଓ ସଂସ୍କୃତି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟନରତ ଛାତ୍ର ଛାତ୍ରୀ ମାନଙ୍କୁ ବଡ ମଣିଷ ସହ ଭଲ ମଣିଷ ହେବାକୁ ଆହ୍ୱାନ କରିଥିଲେ ଓ ଏଥିପାଇଁ ଅଭିଭାବକ ମାନଙ୍କୁ ଧ୍ୟାନ ଦେବାକୁ କହିଥିଲ। ପିଲା ମାନଙ୍କର ଭବିଷ୍ୟତ ଗଠନରେ ବିଦ୍ୟାଳୟର ଶିକ୍ଷୟତ୍ରୀ, ଶିକ୍ଷକ ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବ ପୂର୍ଣ୍ଣ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ପିଲାମାନେ ଦେଶର ଭବିଷ୍ୟତ ସେମାନେ ଶୃଙ୍ଖଳିତ ହେଲେ ଏକ ଶୃଙ୍ଖଳିତ ସମାଜ ଗଠନରେ ସହାୟକ ହେବେ ବୋଲି ମୁଖ୍ୟ ଅତିଥି ମତ ରଖିଥିଲେ। ସେହିଭଳି ବର୍ତ୍ତମାନ ଆଧୁନିକ ଯୁଗରେ ଓଡ଼ିଆ ସହ ଇଂରାଜୀ ଶିକ୍ଷା ପ୍ରତି ପିଲାଙ୍କ ଆଗ୍ରହ ବଢ଼ିବାରେ ଲାଗିଛି ଯାହାକି ଆନ୍ତର୍ଜାତିକ ସ୍ତରରେ ଉତ୍ତମ ପ୍ରତିପାଦନ ଆବଶ୍ୟକତା ରହିଛି ବୋଲି କହିଛନ୍ତି ମୁଖ୍ୟ ଅତିଥି।ପରେ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଛ ମାନପତ୍ର ପ୍ରଦାନ ଦେଇ ସମ୍ମାନିତ କରାଯାଇଥିଲା ଏବଂ କିଛି ବିଶିଷ୍ଠ ବ୍ୟକ୍ତି ଙ୍କୁ ମଧ୍ୟ ସନ ମାନିତ କରାଯାଇଛି। କାର୍ଯ୍ୟକ୍ରମ ଶେଷରେ ଛାତ୍ରୀ ଛାତ୍ର ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଶିବାନୀ ପଟନାୟକ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପିଲାଙ୍କ ସହ ଅଭିଭାବକ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ଟିକୁ ସଫଳ କରିବା ପାଇଁ ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ।