May 10, 2026

ବାଲେଶ୍ବର ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲାପାଳ ଙ୍କୁ ଭେଟି ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା..

IMG-20250328-WA0005
Share

 

ବାଲେଶ୍ବର ( )

ବାଲେଶ୍ୱର ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଆଜି ଜିଲ୍ଲାର ବରିଷ୍ଠ ନେତୃମଣ୍ଡଳୀ ତଥା ନୀଳଗିରି ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସୁକାନ୍ତ କୁମାର ନାୟକ, ବାଲେଶ୍ଵର ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସ୍ୱରୂପ କୁମାର ଦାସ , ରେମୁଣା ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପରିଡ଼ା ମହୋଦୟଙ୍କ ସହ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ଭେଟିଥିଲେ ଜିଲ୍ଲା ବିଜେଡ଼ି ସଭାପତି ଜ୍ୟୋତି ପ୍ରକାଶ ପାଣୀଗ୍ରାହୀ

 

ଜାତୀୟ ରାଜପଥ ନଂ- ୧୬ (NH 16 ) ସିମୁଳିଆ ଠାରୁ ବାଲେଶ୍ଵର ପର୍ୟ୍ୟନ୍ତ ନିର୍ମାଣ କାମ ଓ ଫ୍ଲାୟ ଓଭର,Under Pass Bridge କାମ NHAI ବିଳମ୍ବ କରୁଥିବା ରୁ ଲୋକମାନଙ୍କୁ ନାହଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି, Oneway କାରଣରୁ ପ୍ରତିଦିନ ବହୁ ଯାନ ବହନ ଦୁର୍ଘଟଣା ର ଶିକାର ହେଉଛନ୍ତି। ତେଣୁ ଯଥା ଶୀଘ୍ର ଅସମ୍ପୂର୍ଣ୍ଣ କାମକୁ ସଂପୂର୍ଣ୍ଣ କରିବା ପାଇଁ ଏକ ସର୍ବଦଳୀୟ ବୈଠକ ୧୫ ଦିନ ମଧ୍ୟରେ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।

ପୁଲିସ୍ ପ୍ରଶାସନ ର ଅବହେଳା କାରଣରୁ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇପଡିଛି, ଜିଲ୍ଲା ର ସମସ୍ତ ଅଂଚଳରେ ଏକ କୋକୁଆ ଭୟ ସୃଷ୍ଠି ହେଇଛି।

ସମସ୍ତ ଥାନା ଅଧୀନରେ ଚୋରି, ଡକାୟତିଠାରୁ ଆରମ୍ଭକରି ଦୁଷ୍କର୍ମ, ହତ୍ୟା, ନିଶା କାରବାର ଘଟଣା ଆଦି ସବୁଥିରେ ସୀମା ଟପିଛି । ଅପରାଧୀମାନେ ଦିନ ଦ୍ବିପ୍ରହରରେ ରାଜପଥରେ ବାଇକ ଆରୋହୀଙ୍କୁ ଅଟକାଇ ଲୁଟ୍ କରିଛନ୍ତି।

ବୃଦ୍ଧ ଦମ୍ପତିଙ୍କୁ ହାତଗୋଡ଼ ବାନ୍ଧି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଯାଉଛନ୍ତି। ବିଳମ୍ବିତ ରାତିରେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ଘରେ ପଶି ଲୋଟ୍ କରି ମରଣାନ୍ତକ ଆକ୍ରମଣ ଯୋଗୁଁ ତାଙ୍କର ମୃତ୍ୟୁ ମଧ୍ୟ ହୋଇଛି।

ଏସବୁ ସବୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ଙ୍କୁ ଭେଟି ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଥିଲେ ବିଜେଡ଼ି ଟିମ୍ ।

 

ବାଲେଶ୍ବର ଜିଲ୍ଲା ରୁ ଦେବାଶିଷ ଦାଶ କ୍କ ରିପୋର୍ଟ କଳିଙ୍ଗ ଫୋକଷ