September 1, 2026

ମୋହନା ପଞ୍ଚାୟତ ସମିତି ବୈଠକ, ସ୍ୱାସ୍ଥ୍ୟ ସମସ୍ୟା ସୁଧାରିବା ସମ୍ପର୍କରେ ଆଲୋଚନା ..

IMG-20260513-WA0057
Share

ମୋହନା ( ଜୁନେସ ଶବର )ମୋହନା ପଞ୍ଚାୟତ ସମିତି ବୈଠକ ଗୃହରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରଞ୍ଜୀବ ଶବର ଙ୍କ

ଅଧ୍ୟକ୍ଷତାରେ ଅନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଥିଲା। ଏହି ସମିତି ବୈଠକରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ସାଂସଦ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ମୋହନା ନିର୍ବାଚନ ମଣ୍ଡଳୀ ବିଧାୟକ ଦାଶରଥି ଗମାଙ୍ଗଙ୍କ ଉପସ୍ଥିତିରେ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଗୃହର ଅଧିକାଂଶ ସଦସ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି ଅଞ୍ଚଳରେ ଠିକରେ ଲୋକଙ୍କୁ ସେବା ଦେଉନଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଶୁଣି ସାଂସଦ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିଲେ କି ଆଗାମୀ ଦିନରେ ଯେପରି ଏହି ଅଭିଯୋଗ ଶୁଣିବାକୁ ଯେପରି ଆଉ ମିଳିବ ନାହିଁ ସେ ଦିଗରେ କାର୍ଯ୍ୟ କରିବା ନିମନ୍ତେ ପ୍ରକାଶ କରିଥିଲେ। ଏହା ସଙ୍ଗେ ସ୍ୱାସ୍ଥ୍ୟ ବୀମା କାର୍ଡ ଗୁଡିକ ଠିକ ସମୟରେ ବଣ୍ଟନ କରିବା ନିମନ୍ତେ ଦିନ ଧାର୍ଯ୍ୟ କରିଥିଲେ। ସମିତି ବୈଠକରେ ଖାଦ୍ୟ ସୁରକ୍ଷା ଆଇନ ଠିକ ସେ କାର୍ଯ୍ୟ କରି ଲୋକଙ୍କ ଅଭାବ ଦୂର କରିବା ନିମନ୍ତେ ସାଂସଦ ବିଭାଗୀୟ ଅଧିକାରୀଙ୍କୁ କହିବା ସହିତ ଲୋକଙ୍କ ନିକଟରେ ଯେପରି ଖାଉଟି କାର୍ଡ ପହଞ୍ଚିବ ସେ ଦିଗରେ କାର୍ଯ୍ୟ କରନ୍ତୁ ବୋଲି ଅଧିକାରୀ ଙ୍କୁ କହିଥିଲେ। ଏହି ସମିତି ବୈଠକରେ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ,ମତ୍ସ, ପାନୀୟ ଜଳ ସହିତ ସମସ୍ତ ଲୋକ ହିତକର କାର୍ଯ୍ୟ ସମ୍ପର୍କରେ ବିଷଦ ଭାବେ ଆଲୋଚନା ହୋଇଥିଲା। ସମିତି ବୈଠକରେ ବ୍ଲକ ସ୍ତରରେ ସମସ୍ତ କାର୍ଯ୍ୟ ଠିକ ରୂପାୟନ ନିମନ୍ତେ ସାଂସଦ ମହାଶୟ ସମସ୍ତ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ମୋହନା ବ୍ଲକକୁ ଡକାଇ କାର୍ଯ୍ୟ ଗୁଡିକ ସମୀକ୍ଷା କରିଥିବା ଦେଖିବାକୁ ମିଳିଥିଲା। ଏହି ସମିତି ବୈଠକରେ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ପି ଡି

ଡି ଆର ଡି ଏ,ଉପାଧ୍ୟକ୍ଷା ବାଲ୍ମୀନା ଅଧିକାରୀ,ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ସରପଞ୍ଚ ସମିତି ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ମୋହନା ବ୍ଲକ ପକ୍ଷରୁ ସମସ୍ତ ଲୋକ ପ୍ରତିନିଧି ମାନଙ୍କୁ ସମିତି ବୈଠକରେ ପୁଷ୍ପ ଗୁଚ୍ଛ ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିବା ଦେଖିବାକୁ ମିଳିଥିଲା।

You may have missed