May 13, 2026

ନିମ୍ନ ମଧ୍ୟମିକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର କାର୍ଯ୍ୟ କାରିଣୀ ବୈଠକ

IMG-20260513-WA0049
Share

 

ଅସ୍ତରଙ୍ଗ,, ପୁରୀ ଜିଲ୍ଲା ନିମ୍ନ ମାଧ୍ୟମିକ ମିଳିତ ଶିକ୍ଷକ ସଂଘ,ପୁରୀ ଜିଲ୍ଲା ଶାଖା ର ଏକ ବୈଠକ ଅସ୍ତରଙ୍ଗ ବ୍ଲକ ର ପିର ଯାହାନିଆ ନିକଟ କଲ୍ୟାଣ ମଣ୍ଡପ ପରି ସରରେ ବୁଧ ବାର ଦିନ ଅନୁଷ୍ଠିତ ହୋଇ ଯାଇ ଅଛି l ପ୍ରାରମ୍ଭ ରେ ଅନୁଷ୍ଠାନ ର କର୍ମ କର୍ତ୍ତା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ସଂଗଠନ ର ପୁରୀ ଜିଲ୍ଲା ସଭାପତି ପୁରୁଷୋତମ ପ୍ରାଧାନ ମୁଖ୍ୟ ଅତୀଥି ରହିଥିବା ବେଳେ, ଜିଲ୍ଲା ପ୍ରାଥମିକ ଶିକ୍ଷକ ୟୁନିଅନ ର ସମ୍ପାଦକ ଶିବଦତ୍ତ ନାୟକ ମୁଖ୍ୟ ବକ୍ତା ଭାବେ ରହିଥିଲେ l ଜିଲ୍ଲା କୋଷାଧକ୍ଷ ସୁରେନ୍ଦ୍ର ନାଥ ନାୟକ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଜିଲ୍ଲା ସ୍ଥରୀୟ କାର୍ଯ୍ୟକ୍ରମ ରେ, ଅସ୍ତରଙ୍ଗ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ବିପିନ କୁମlର ମହାନ୍ତି,ସମ୍ପାଦକ ନିରଞ୍ଜନ ବେହେରା, କାର୍ଯକାରୀ ସଭାପତି ନାରାୟଣ ପରିଡା,ସି ଆର ସି ସି ସଂଘ ସଭାପତି ସନ୍ତୋଷ ସ୍ୱାଇଁ, ଶିକ୍ଷକ ଭରତ ଚନ୍ଦ୍ର ବିଶ୍ୱାଳ, ଧୀରେନ୍ଦ୍ର କୁମାର ଦାସ, ଜାକିର ହୋସେନ, ବରିଷ୍ଠ ପ୍ରଧାନ ଶିକ୍ଷକ ପ୍ରିୟ ଦର୍ଶୀ ବିଶ୍ୱାଳ, ପ୍ରମୁଖ ଅତିଥି ଭାବେ ଯୋଗ ଦାନ କରି, ସଂଘ ର ସଂଗଠନ କୁ କ୍ରିୟା ଶିଳ କରିବା, ଶିକ୍ଷାଦାନ କୁ ଗୁରୁତ୍ୱ ଦେବା,ସହ ସଂଘ ର ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ଗୁରୁତାରୋପ କରିଥିଲେ l ଏହି ବୈଠକ ରେ ପୁରାତନ ଶିକ୍ଷକ ବୃନ୍ଦାବାନ ଜେନା,ପବିତ୍ର ଦାସ, ସୁରେନ୍ଦ୍ର ସ୍ୱାଇଁ, ଙ୍କ ସମେତ ପନ୍ଦର ଜଣଙ୍କୁ ସମ୍ମାନିତ କରାଯାଇ ଥୀବା ବେଳେ, ତୃତୀୟ, ପଞ୍ଚମ, ସପ୍ତମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖି ପାସ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ ମଧ୍ୟ କରା ଯାଇଥିଲା l ଜିଲ୍ଲା ସଂଘ ତରଫରୁ ଗଣ ମାଧ୍ୟମ ପ୍ରତିନିଧି ଭାବେ ବରିଷ୍ଠ ସାମ୍ବାଦିକ ଦୁଃସାଶନ ନାୟକ, ଓ ଆର୍ତତ୍ରାଣ ମହାନ୍ତି ଙ୍କ ସମେତ ବହୁ ଅବସର ପ୍ରାପ୍ତ ପୁରୁଖା ଶିକ୍ଷକ ଙ୍କୁ ବି ସମ୍ମାନିତ କରା ଯାଇଥିବାର ଦେଖିବାକୁ ମିଳିଥିଲା l ପୁରୀ ର ଶାତ ଗୋଟି ବ୍ଲକ ର ସମସ୍ତ କର୍ମ କର୍ତ୍ତା ଯୋଗ ଦାନ କରିଥଲା ବେଳେ, କାର୍ଯ୍ୟକ୍ରମ କୁ ପରି ଚାଳନା କରିଥିଲେ ଗଙ୍ଗା ନାରାୟଣ ପୁର ନୋଡାଲ ର ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜନା ଆଚାର୍ଯ୍ୟ, ଦୀନବନ୍ଧୁ ପରିଡା, ଯଶୋବନ୍ତ ବେହେରା, ଜୟରାମ ମୁଦୁଲି ପ୍ରମୁଖ ଶିକ୍ଷକ ଗଣ l