ଉମରକୋଟ ଠାରେ ପ୍ରଶାସନ ପକ୍ଷରୁ ଜବର ଦଖଲ ଅଭିଯାନ……….

ଉମରକୋଟ :- (ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ସହର ରେ ପ୍ରଶାସନ ପକ୍ଷରୁ ସରକାରୀ ଜମି ଜବର ଦଖଲ ଅଭିଯୋଗରେ ଆଜି ପ୍ରଶାସନ ପକ୍ଷ ରୁ ଜନର ଦଖଲ ଅଭିଯାନ ଆରମ୍ଭ କରିଛି। ଆଜି ମୋଟ ୧୭ ଟି ଘର ଜବର ଦଖଲ କରିବା ପାଇଁ ସରକାର ଙ୍କ ପକ୍ଷରୁ ନିର୍ଦ୍ଦେଶ ଥିଲା। ସେଥି ମଧ୍ୟରୁ ଡଙ୍ଗରିଗୁଡ଼। ର ୭ ଟି ମେନ୍ଦାବେଡ଼। , ଦର୍ଗାଗୁଡା ଓ ନୂଆ ଗୁଡ଼ ମୌଜା ର ୭ ଟି ଘର କୁ ଜବର ଦଖଲ କରିବାର ଥିଲା। କିନ୍ତୁ ଡଙ୍ଗରିଗୁଡା ର ୧୦ ଜଣ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରୁ ରହିତା ଦେଶ ଆଦେଶ ଥିବାରୁ ଜବର ଦଖଲ ସମ୍ବବ ହେଇ ପାରିଲା ନାହିଁ ବୋଲି ଉମରକୋଟ ତହସିଲଦାର ମେଗବାନ ବାଗ ସୂଚନା ପ୍ରଦାନ କରିଛନ୍ତି। ତେବେ ଅନ୍ୟ ୭ ଟି ଘର କୁ ପ୍ରଶାସନ ଜେସିବି ଲଗାଇ ଗୁଣ୍ଡ କରି ଦେଇଛି । ଆଜିର ଜବରଦଖଲ ସମୟରେ ଉମରକୋଟ ତହସିଲଦାର ମେଗବାନ ବାଗ , ପୋଲିସ ଉପଖଣ୍ଡ ଅଧିକାରୀ ଶୁଭେନ୍ଦୁ ଶବର ଆଇଆଇସି ବିପିନ କୁମାର ବାଗ ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।
