May 10, 2026

ମା ଦନ୍ତେଶ୍ୱରୀ ଗୋଷ୍ଠୀକେନ୍ଦ୍ର ପ୍ରାଙ୍ଗଣ ରେ ରେକୋଟପାଡ଼ ଲ୍ୟାମ୍ସ ଦ୍ୱାରା ସ୍ୱତନ୍ତ୍ର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ 

IMG-20260510-WA0017
Share

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ବତାଶନା ଗ୍ରାମଠାରେ କୋଟପାଡ଼ ଲ୍ୟାମସର ସ୍ୱତନ୍ତ୍ର ବାର୍ଷିକ ସାଧାରଣ ବୈଠକ ପରିଚାଳନା ନିର୍ଦେଶକ ଶ୍ରୀ ରାଜେନ୍ଦ୍ର ନାୟକ ଙ୍କ ଦ୍ୱାରା ଶନିବାର ଅନୁଷ୍ଠିତ ହୋଇଯାଇଛି.ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ଶ୍ରୀ ରୁପୁ ଭତରା ଯୋଗ ଦେଇ ଚାଷୀ ଙ୍କୁ ଠିକ ସମୟ ରେ ସାର ଯୋଗେଇବା ଏବଂ ଚାଷୀ ମଣ୍ଡିରେ କିପରି ଧାନ ବିକ୍ରି କରି ପାରିବେ ସେଥି ପ୍ରତି ଧ୍ୟାନ ଦେବା ପାଇଁ ଲ୍ୟାମ୍ସ କତ୍ରୁପକ୍ଷ ଙ୍କୁ ପରାମର୍ଶ ପ୍ରଦାନ କରିଥିଲେ.ମା ଙ୍କ ମନ୍ଦିର ରେ ପୂଜାଅର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଚାଷୀ ଶ୍ରୀ ପ୍ରଫୁଲ୍ଲ କୁମାର ବିଶୋଇ ସୁନାରବେଲି ନୂଆଗାଁ ରେ ଥିବା ଲ୍ୟାମ୍ପ ଗୃହ ଜିରାଜୀର୍ଣ୍ଣ ଅବସ୍ଥା ରେ ରହିଛି ଏହାର ପୁନଃରୁଧାର ପାଇଁ ଅବଗତ କରିଥିଲେ.କୋରାପୁଟଠାରେ ରବିବିପଣନ 2025/26ବର୍ଷ ପାଇଁ ଜ଼ିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ରେ ଆଲୋଚନା ହୋଇଥିବା ସମସ୍ତ ବିଷୟ ରେ ଉକ୍ତ ବୈଠକ ରେ ଆଲୋକପାତ କରାଯାଇଥିଲା.ଏହି ବୈଠକ ରେ 2024/25ଆର୍ଥିକ ବର୍ଷ ରେ 5207872.69ଟଙ୍କା ଲାଭ ହୋଇଛି.ସେହି ଲାଭାଙ୍କସ ଟଙ୍କା କେସିସି ବ୍ୟାଙ୍କ ରେ ଚାଷୀଙ୍କ ଖାତାକୁ ଯିବ. ଯେଉଁ ଚାଷୀ ଋଣ ନେଇଛନ୍ତି ସେମାନଙ୍କ ଋଣ ପରିଶୋଧ ହେବ ବୋଲି ଏମଡି ଶ୍ରୀ ନାୟକ ସୂଚନା ଦେଇଥିଲେ.ଆନ୍ୟ ମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ରାମେଶ୍ୱେର ଜେନା. ଡ଼ିଏଲପିସି ସଭ୍ୟ ଗଣେଶ ଚନ୍ଦ୍ର ପଣ୍ଡା. ଘୁମର ସରପଞ୍ଚ କମଳା ପୂଜାରୀ.ରଙ୍ଗ ନାଥ ହୋତା.ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ.ପଦମା ନାୟକ.ସମିତି ସଭ୍ୟା ଲ୍ୟାମ୍ପସ ସଭାପତି.ଶ୍ରୀମତୀ ପଦମା ପୂଜାରୀ. ସରପଞ୍ଚ ପାର୍ବତୀ ଅମାନତ୍ୟ. ନିର୍ଦେଶକ ଭାସ୍କର ବିଶୋଇ. ମନୋଜ କୁମାର ବ୍ରହ୍ମା.ସୀତାନାଥ ବିଶ୍ୱାଳ.ଜ଼ିଲ୍ଲା ପରିଷଦ ସଭ୍ୟ ତ୍ରିପତି ଚାଲାଣ.ବିରେନ ବିଶୋଇ. ଙ୍କ ସମେତ ଚାଷୀ ଅନଜ କୁମାର ପାତ୍ର. ଶୈଳେଦ୍ର ବିଶ୍ୱାଳ. ପୁରନ ନାୟକ. ଦେବେନ୍ଦ୍ର ବୈଦ୍ୟ .ଶିବାନନ୍ଦ ହୋତା ଙ୍କ ସମେତ ବହୁ ଚାଷୀ ଉପସ୍ଥିତ ରହି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରେ ଲ୍ୟାମ୍ସ ର କେତେକ ଜାଗା ଜବର ଦଖଲ କାରୀଙ୍କ କବଜାରେ ରହିଛ ସେଗୁଡିକୁ ତୁରନ୍ତ ଖାଲି କରାଯାଉ ବୋଲି ଦାବି କରିଥିଲେ.ହିସାବ ରକ୍ଷକ ସୁଦେଶ ପଟ୍ଟନାୟକ ଙ୍କ ସହ କର୍ମଚାରୀ ମାନେ ବୈଠକ ପରିଚାଳନା କରିଥିଲେ । କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର