ଚିକେନ ବିରିୟାନି ବାସି କହିବାରୁ ମାଡ଼ ମାରିବା ସହ ଭୁଜାଲିରେ ହାଣିଲେ
1- ଚିକେନ ବିରିୟାନି ବାସି କହିବାରୁ ମାଡ଼ ମାରିବା ସହ ଭୁଜାଲିରେ ହାଣିଲେ ଜଷ୍ଟ କୁକ୍ ହୋଟେଲ୍ ର କେଶିୟର ଓ ୱେଟର , 2- ହୋଟେଲ ସାମ୍ନାରେ ରକ୍ତ ଜୁଡୁବୁଡୁ ରେ ଚିତ୍କାର କରୁଥିଲା ଆକ୍ରମଣର ଶିକାର ହୋଇଥିବା ଯୁବକ ସଞ୍ଜୟ ମାଝୀ , 3- ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ ସଞ୍ଜୟ ଙ୍କ ପତ୍ନୀ,ହେଲେ ତାଙ୍କୁ ବି ଅସିଳ ଭାଷାରେ ଗାଳି କଲେ ହୋଟେଲ ର କେଶୀୟର,ଓ ୱେଟର , 4- ଉପସ୍ଥିତ ଥିବା ପ୍ରତେକ୍ଷଦର୍ଶୀ ଆମ୍ବୁଲାନ୍ସ ଡକାଇ ରକ୍ତ ଜୁଡୁବୁଡୁ ହୋଇଥିବା ସଞ୍ଜୟ କୁ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୁ ପଠାଇଥିଲେ। 5- ଆକ୍ରମଣର ଶିକାର ହୋଇଥିବା ସଞ୍ଜୟ ଙ୍କ ପତ୍ନୀ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।( ଏଠି ପ୍ରଶ୍ନ ଉଠେ ) 6 – ମଧ୍ୟବିତ୍ତ ଲୋକେ ଭଲ ହୋଟେଲ୍ ରେ କଣ ଖାଇବା ମାନ ? , ବାସି ହୋଇଥିବା ଖାଦ୍ୟ ହୋଲେଟ କେଶିୟର୍ ଙ୍କୁ ପଚାରିବା କଣ ମନା ? 7- ତା ହେଲେ ହୋଟେଲ ଜଷ୍ଟ କୁକ୍ କୁ ଖାଇବାକୁ ଆସିଥିବା ସଂଜୟ ଓ ତାର କକେଇ ଖାଦ୍ୟ ବାସି କହିବାରୁ , କାହିଁକି ମାରିଲେ ହୋଟେଲ ର କେଶିୟର୍ ଓ ୱେଟର, । 8- କଣ ଥିଲା ରହସ୍ୟ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୁଜଙ୍ଗ ଥାନା ଅଧିନ କଟକ ପାରାଦୀପ ରାଜ୍ୟ ରାଜପଥ ର ପନ୍ଦର ନମ୍ବର ଛକ ଠାରେ। ସୂଚନା ଅନୁଯାୟୀ ଜିଲ୍ଲାନାସୀ ପଂଚାୟତ ଜୟଶଙ୍ଖପୁର ଗ୍ରାମର ସଞ୍ଜୟ ମାଝୀ ଓ ତାଙ୍କ କକେଇ ଦୁଇ ଜଣ ପାରାଦୀପ ରୁ ଫେରିବା ବାଟରେ ପନ୍ଦର ନମ୍ବର ଛକ ଠାରେ ଥିବା ଜଷ୍ଟ କୁକ୍ ହୋଟେଲକୁ ଖାଇବାକୁ ଯାଇଥିଲେ ଓ ଚିକେନ୍ ବିରୀୟାନି ମାଗିଥିଲେ ମାତ୍ର ବିରିୟାନି ବସି ହୋଇଥିବା ସେ ଅଭିଯୋଗ କରିଥିଲେ। ହେଲେ ବାସି କହିବା ମାତ୍ରେ ହୋଟେଲ କେଶୀୟର ରାଗିଯାଇଥିଲେ। ହୋଟେଲ୍ ମାଲିକ ତପନ ତ୍ରିପାଠୀ ଙ୍କ କେଶୀୟର୍ ଓ ତିନି ଜଣ ୱେଟର ମିଶି ଖରାପ ଭାଷାର ଗାଳି ଗୁଲଜ କରିବା ,ମାଡ଼ ମାରିବା ସହ ଭୁଜାଲିରେ ଆକ୍ରମଣ କରି ହୋଟେଲ୍ ବାହାରେ ପାରାଦୀପ ରାଜ୍ୟ ରାଜପଥ ପାର୍ଶ୍ଵରେ ଫିଙ୍ଗି ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପତ୍ନୀ ପହଞ୍ଚିବା ପରେ ଆକ୍ରମଣକାରି ତାଙ୍କୁ ମଧ୍ୟ ଦୁବ୍ୟବହାର କରିଥିଲେ । ଆକ୍ରମଣର ଶିକାର ହୋଇଥିବା ସଞ୍ଜୟଙ୍କ ପତ୍ନୀ ସସ୍ମିତା ବେହେରା କୁଜଙ୍ଗ ଥାନାରେ ଏ ଲିଖିତ ଅଭିଯୋଗ କରିଛନ୍ତି। ଲିଖିତ ଅଭିଯୋଗ ପରେ କୁଜଙ୍ଗ ଥାନା ପୋଲିସ କେସ ନଂ 164/26 ରେ ଏକ ମାମଲା ରୁଜୁ କରି ହୋଟେଲ୍ ରେ ଥିବା ସିସି ଟିଭି ଯାଞ୍ଚ କରିବା ସହ ଜଣଙ୍କୁ ଅଟକ ରଖିଛନ୍ତି ବୋଲି କୁଜଙ୍ଗ ଥାନାର ଏସଆଇ ରଶ୍ମିରଂଜନ ସାହୁ ଆମ ପ୍ରତିନିଧି ଙ୍କୁ ପ୍ରକାଶ କରିଛନ୍ତି। ( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )
