May 10, 2026
ajiro khabar
Share

 

 

୧-ପୁରୀ:ଚକ-ଅଖ ଡେରା ପରେ ଆଜ୍ଞାମାଳ ଲାଗି,୯ଟି ହରିବୋଲରେ ତିନି ରଥ ଠିଆ।

 

୨-ଦକ୍ଷିଣ ଆଣ୍ଡାମାନ ସାଗରରେ ବର୍ତ୍ତମାନ ଘୂର୍ଣ୍ଣିବଳୟ ସକ୍ରିୟ।ଓଡ଼ିଶାକୁ ଘାରିଛି ବାତ୍ୟା ଭୟ ! ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର।

 

୩-କଟକ: ହାଇକୋର୍ଟରେ ରାଷ୍ଟ୍ରିୟ ଲୋକ ଅଦାଲତ,୧୧୫ ମାମଲାର ହେଲା ଫଇସଲା।

 

୪-ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ: ଗିରଫ ସଂଖ୍ୟା ୧୧କୁ ବୃଦ୍ଧି; ଗାଁରେ ପୁଲିସ ଭୟ।

 

୫-ଭୁବନେଶ୍ୱର:’ନବୀନ ନିବାସ’ ସମ୍ମୁଖରୁ ହଟିବ ବ୍ୟାରିକେଡ୍, ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପରତା।

 

୬-ଭୁବନେଶ୍ୱର:ଫାୟାର ଷ୍ଟେସନ ଓଭରବ୍ରିଜରେ ୩ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର

 

୭-ଗଜପତି:ଲେଖୁଛି ଓଡ଼ିଶା, ଲିଭାଉଛି ଆନ୍ଧ୍ର, ପୁଣି ଆନ୍ଧ୍ର ଲେଖୁଛି, ପୋଛି ଦେଉଛି ଓଡ଼ିଶା: ସୀମା ବିବାଦରୁ ଜନଗଣନା ବେଳେ ବିଚିତ୍ର ସ୍ଥିତି।

 

୮-କୋରାପୁଟ-ରାୟଗଡାରେ ଓଏମସିର ବଡ଼ ପଦକ୍ଷେପ, ବଢ଼ିବ ବକ୍ସାଇଟ୍ ଉତ୍ପାଦନ କ୍ଷମତା।

 

୯-ରାଉରକେଲା:ବହି ନ ଦେଇ କରିଦେଲେ ଖରାଛୁଟି, ପଛେଇ ଯିବ ପାଠପଢ଼ା।

 

୧୦-ନିଳଗିରି:ଉପଜିଲାପାଳଙ୍କ ଦସ୍ତଖତ ଜାଲ୍ କରି ୨ କୋଟି ଚଳୁ,କିରାଣି ଗିରଫ।

 

୧୧-ଏପିଜେ ଅବଦୁଲ କାଲାମ ଦ୍ୱୀପରୁ ଭାରତର ସଫଳ ‘ଅଗ୍ନି’ ପରୀକ୍ଷଣ, ଗୋଟିଏ ମିସାଇଲରେ ଧ୍ୱଂସ ହେବ ଶତ୍ରୁର ଅନେକ ସହର।

 

୧୨-ନୂଆ ଦିଲ୍ଲୀ:FMCG କମ୍ପାନୀଙ୍କ ଉପରେ ଯୁଦ୍ଧ ଚାପ, ସାବୁନ, ବିସ୍କୁଟ ଓ ତେଲ ଦର ବଢ଼ିବ।

 

୧୩-ରାଜସ୍ଥାନ ବିପକ୍ଷରେ ଗୁଜରାଟର ଦମଦାର ବିଜୟ, ପ୍ଲେ ଅଫର ନିକଟତର ଗିଲ୍ ବାହିନୀ।

 

୧୪-IPL ୫୩ତମ ମ୍ୟାଚ୍: ଅପରାହ୍ନରେ ଚେନ୍ନାଇ – ଲକ୍ଷ୍ନୌ ମୁକାବିଲା। ସଂଧ୍ୟା ମ୍ୟାଚ୍ ରେ ସାମ୍ନା ସାମ୍ନି ହେବେ ରୋହିତ ଓ ବିରାଟ କୋହଲି।

 

୧୫-୫ ଜଣିଆ ମନ୍ତ୍ରିମଣ୍ଡଳ ସହିତ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ, ଯୋଗ ଦେଲେ ପ୍ରଧାନମନ୍ତ୍ରୀ ଓ ମାଖନ ଲାଲ୍।

 

୧୬-ମୋଦିଙ୍କ ସମ୍ମାନର ନିଆରା ମୁହୂର୍ତ୍ତ; ବଙ୍ଗବାସୀଙ୍କୁ ମଞ୍ଚ ଉପରୁ କଲେ ସାଷ୍ଟାଙ୍ଗ ଦଣ୍ଡବତ।ମାଖନଲାଲ ସରକାରଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ପ୍ରଧାନମନ୍ତ୍ରୀ ମୋଦି।

 

୧୭-ତାମିଲନାଡୁ:TVKକୁ ସରକାର ଗଠନ ଲାଗି ଆମନ୍ତ୍ରଣ କଲେ ରାଜ୍ୟପାଳ, ଆଜି ସକାଳ ୧୦ଟାରେ ଶପଥ ଗ୍ରହଣ କରିବେ ବିଜୟ।

 

୧୮-ପଶ୍ଚିମବଙ୍ଗ,ବାମନ ପାରା ଗାଁ:ହାରିଲେ ମମତା,୧୫ ବର୍ଷ ଧରି ନିଜ କେଶ କାଟି ନଥିଲେବନେଶ୍ଵର ବର୍ମନ ,ଏବେ ଚୁଟି କାଟିଲେ।

 

୧୯-ମୁଁ ନିଜେ ଜଣେ ଓକିଲ… ବିଜେପି ବିରୋଧରେ ରାଜନୈତିକ ଲଢ଼େଇ ଆରମ୍ଭ, ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀରେ ମମତାଙ୍କ ଘୋଷଣା।

 

୨୦-ଦିଲ୍ଲୀ ବିଜେପି କାର୍ଯ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣର ଆଲର୍ଟ, ବଢ଼ାଗଲା ସୁରକ୍ଷା ବ୍ୟବସ୍ଥା।

 

୨୧-ହୋର୍ମୁଜ ନିକଟରେ କାର୍ଗୋ ଜାହାଜରେ ନିଆଁ ଲାଗିବା ପରେ ବୁଡ଼ିଗଲା, ୧ ଭାରତୀୟଙ୍କ ମୃତ୍ୟୁ, ୧୭ ଜଣଙ୍କୁ ଉଦ୍ଧାର କରାଗଲା।