September 1, 2026

ଉମରକୋଟ ଠାରେ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଉଦଘାଟିତ………

IMG-20260509-WA0065
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଆଜି ଉମରକୋଟ ଠାରେ ଥିବା ସଂଗ୍ରାମୀ ରବି ସିଂ ମାଝୀ ସ୍ପୋର୍ଟସ କମ୍ପ୍ଲେକ୍ସ ରେ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଆରମ୍ଭ ହେଇଛି। ଏହି ପ୍ରଶିକ୍ଷଣ ଶିବିର ୮ ମେ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଫୁଟବଲ ଓ ଅନ୍ୟାନ୍ୟ ଆଥେଲେଟିକ ପ୍ରଶିକ୍ଷଣ ଦିଆଯିବ। ଏହି ଶିବିରରେ ମୋଟ ୯ ଟି ଜିଲ୍ଲା କେଉଁଝର,ଝାରସୁଗୁଡ଼ା , କେନ୍ଦ୍ରାପଡ଼ା, ନବରଙ୍ଗପୁର, କୋରାପୁଟ , କନ୍ଧମାଳ , କଳାହାଣ୍ଡି, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରୁ ୧୪୦ ଜଣ ବାଳିକା ଓ ବାଳକ କ୍ରୀଡ଼ାବିତ୍ ମାନେ ଅଂଶ ଗ୍ରହଣ କରୁଛନ୍ତି। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟ।ନନ୍ଦ ଗଣ୍ଡ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ସଙ୍ଗର ଇଣ୍ଡୋର ସମ୍ପାଦକ କୃଷ୍ଣ ପ୍ରସାଦ ପଟ୍ଟନାୟକ, ହକି ସମ୍ପାଦକ ଦୁର୍ଗା ପ୍ରସାଦ ମଲିକ, ଇଞ୍ଜିନିୟର ଚନ୍ଦନ। ମଲ୍ଲିକ, ଓ ରବି ସିଂ ମାଝୀ ସ୍ପୋର୍ଟସ କମ୍ପ୍ଲେକ୍ସ ଇନ୍ ଚାର୍ଜ ସପନ ବୈରାଗୀ , କୋଚ୍ ହରି ସ।ନ୍ତ।,ରାଜ କୁମାର ଶାନ୍ତ।, ଆରୀୟ ସୁନା, କିଶୋର ସିଲ୍, ଅରୁଣ ସ।ନ୍ତ। ମନୋଜ ମାଖି ପ୍ରମୁଖ ଉପସ୍ଥିତ ଥିଲେ।

You may have missed