May 10, 2026

ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଖୁଡୁଖୁଡି ଖେଳ ଉପରେ ପୋଲିସର ଚଡ।ଉ, ୪ ଜୁଆଡି ଗିରଫ ……..

IMG-20250319-WA0001
Share

 

 

ନବରଙ୍ଗପୁର(ଏମ୍.ଦିନାଶୁ ଆଚାରୀ)ଉମରକୋଟ ପୋଲିସ ଉପଖଣ୍ଡ ଅଧିକାରୀ ଶୁଭେନ୍ଦୁ ଶବର ଓ ଉମରକୋଟ ଥାନା ଆଇଆଇସି ରମାକାନ୍ତ ସାଏଙ୍କ ନିର୍ଦ୍ଧେଶ କ୍ରମେ ପୋଲିସର ଏକ ଟିମ ଉମରକୋଟ ବ୍ଲକ ଅନ୍ତର୍ଗତ କୋପେନା ଗ୍ରାମ ପଞ୍ଚାୟତର ତାରା ଗାଁ ଗ୍ରାମ୍ୟ ହାଟ ନିକଟସ୍ଥ ଏକ ଜଙ୍ଗଲ ଭିତରେ ଖୁଡୁଖୁଡି ଖେଳ ଚାଲିଥିବା ସମୟରେ ଉମରକୋଟ ପୋଲିସ ଚଢ଼ାଉ କରି ୪ ଖୁଡୁଖୁଡି ଖେଲାଉଥିବା ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ମାନେ ହେଲେ ମେଲା ଗଣ୍ଡ, ରମେଶ ଗଣ୍ଡ, ଧନୀ ଗଣ୍ଡ ଓ ଅରକ୍ଷିତ ଗଣ୍ଡ। ସେମାନଙ୍କ ଠାରୁ ଖେଳ ର ଉପକରଣ ଓ ୭୯୯୦ ଟଙ୍କା ଜବତବ କରିଛି। ଏହି ଚଡ।ଉ ରେ ଉମରକୋଟ ଥାନାର ସବ ଇନ୍ସପେକ୍ଟର ଅକ୍ଷୟ ମିଶ୍ର ଓ ସିବଜି ପଣ୍ଡା ଓ ଅନ।ନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ।