May 10, 2026

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଠାରେ ନୂତନ ବିଇଓଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

IMG-20250319-WA0003
Share

 

ନବରଙ୍ଗପୁର:- (ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଠାରେ ନୂତନ ବ୍ଲକ ଶିକ୍ଷାଅଧିକାରୀ ବିକାଶଚନ୍ଦ୍ର ସରକାର ଯୋଗ ଦେଇଥିବା ବେଳେ ବ୍ଲକ ଶିକ୍ଷାଧିକାରୀ ଙ୍କୁ ଆଜି ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । କାର୍ଯ୍ୟାଳୟ ଠାରେ କର୍ମକର୍ତ୍ତାମାନେ ବିଇଓ ଙ୍କୁ କାର୍ଯ୍ୟାଳୟ ପରିସରରେ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ। ରାଇଘର ବ୍ଲକ ବିଇଓ ଈଶ୍ୱରଚନ୍ଦ୍ର ମାଝୀ ଉମରକୋଟ ବ୍ଲକରେ ବଦଳି ହେବାପରେ ଉମରକୋଟ ବିଇଓ ବିକାଶଚନ୍ଦ୍ର ସରକାର ରାଇଘର ଠାରେ ବଦଳି ହୋଇ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ନୂତନ ବ୍ଲକ ଶିକ୍ଷାଅଧିକାରୀ ଙ୍କୁ ଆଜିର ସମ୍ବର୍ଦ୍ଧନା ସମୟରେ ବିଇଓ ଈଶ୍ୱର ମାଝୀ, ଏବିଇଓ ସୋନା ମାଝୀ, ଏବିଇଓ ଅରବିନ୍ଦ ପରମାନିକ, କୁନ୍ଦେଇ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଗଗନ ବିହାରୀ ଦାଶ, କୁସୁମପୁର ହାଇସ୍କୁଲ ପ୍ରଧାନଶିକ୍ଷକ ମିହିରକାନ୍ତି ଢାଳି, ସରଗୁଲି ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁଜନ କୁମାର ଭୌମିକ, ପରଚିପାରା ପଂଚାୟତ ହାଇସ୍କୁଲ ପ୍ରଧାନ ଶିକ୍ଷକ ସପନ ମଜୁମଦାର, ନାକଟିସିମଡା ହାଇସ୍କୁଲ ପ୍ରଧାନଶିକ୍ଷକ ଲଷ୍ମନ ଗଣ୍ଡ ଙ୍କ ସମେତ ସମସ୍ତ ସିଆରସିସି, ବିଇଓ ଅଫିସ କାର୍ଯ୍ୟାଳୟ ର ସମସ୍ତ କର୍ମଚାରି ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଜଣେଇଥିଲେ