ଆଜିର ଖବର…

ଜଳୁଛି ଓଡ଼ିଶା, ବୌଦ୍ଧରେ ୪୩.୫ ଡିଗ୍ରୀ, ୧୯ ତାରିଖ ଯାଏଁ ଯନ୍ତ୍ରଣା
୨୦ରୁ ୨୨ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା।
ଏପ୍ରିଲ ୨ରେ ଶିଶୁ ବାଲ୍ ବାଟିକା ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ, ଆଜିଠୁ ବଣ୍ଟା ହେବ ନିମନ୍ତ୍ରଣ ପତ୍ର।
ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ପାଇଁ ୧୯ ବୃହତ ପ୍ରକଳ୍ପକୁ ମଞ୍ଜୁରୀ, ୬ ହଜାର ୧୧୭ କୋଟି ଟଙ୍କାର ପୁଞ୍ଜିନିବେଶ ହେବ।
ଭୁବନେଶ୍ୱରରେ ୨୧ରୁ ୧୧ତମ କଳିଙ୍ଗ ସାହିତ୍ୟ ମହୋତ୍ସବ, ଆସିବେ ୪୦୦ରୁ ଅଧିକ ଲେଖକ, ଚିନ୍ତକ ଓ ବୁଦ୍ଧିଜୀବୀ।
ରାଜ୍ୟରେ ୬୭ ଆଇଏଏସ୍ ଏବଂ ୬୯ ଆଇପିଏସ୍ ପଦବୀ ଖାଲି, ପ୍ରଶାସନିକ ଅଧିକାରୀଙ୍କ ମରୁଡି।
କଟକ ଏସସିବି ମେଡ଼ିକାଲରେ ବିରଳ ଚିକିତ୍ସା, ୮ ବର୍ଷ କୁନି ଝିଅର କଟା ଗୋଡ଼ ଯୋଡ଼ି ହେଲା
ଓଡ଼ିଶାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ମର ଶରୀରକୁ ବିମାନ ବନ୍ଦରରେ ଗାର୍ଡ ଅଫ୍ ଅନର।
ରାଜ୍ୟରେ ଜଳୁଛି ଜଙ୍ଗଲ, ଗୋଟିଏ ଦିନରେ ୧୭୮୧ଟି ଜଙ୍ଗଲ ନିଆଁ ଚିହ୍ନଟ
ଜାତୀୟ ଏଲିଟ୍ ମହିଳା ବକ୍ସିଂ ଚାମ୍ପିଅନସିପ ସ୍ଥଗିତ ଥିବା ଓଡ଼ିଶା ଆମେଚର ବକ୍ସିଂ ସଂଘ କହୁଥିଲା ବେଳେ ଜାତୀୟ ମହାସଂଘ ଏହାକୁ ଖଣ୍ଡନ କରିଛି।
ଆଇଆରବି, ଓଏସଏପି, ଫାୟାରମ୍ୟାନ୍, ପିଏମଟି ଡ୍ରାଇଭର ୧୦ ବର୍ଷ ଧରି ନିଯୁକ୍ତି ନାହିଁ, ଆଶାୟୀମାନେ ବୟସ ବୃଦ୍ଧି ଦାବି କଲେ।
ଆଇନ ଶୃଙ୍ଖଳା ଅବନତି, ପୁଲିସ ଷ୍ଟେସନରେ ୮ ମାସରେ ୧.୩୫ ଲକ୍ଷ ମାମଲା ରୁଜୁ। ବିଧାନସଭାରେ ସୂଚନା
ହୀରାକୁଦରେ ପୁଲିସ ମାଡ଼ରେ ଅଭିଯୁକ୍ତର ମୃତ୍ୟୁ। ଉତ୍ତ୍ୟକ୍ତ ଲୋକଙ୍କ ଥାନା ଘେରାଉ
ବରଗଡ଼ରେ ଭିଜିଲାନ୍ସ ଜାଲରେ ଲଖନପୁର ପୂର୍ବତନ ପେକ୍ସ ସଂପାଦକ, ୩୧ ଲକ୍ଷ ୪୭ ହଜାର ୬୮୫ ଟଙ୍କା ହୋଇଛି ଦୁରୁପଯୋଗ।
କାମାକ୍ଷାନଗର:ଜଙ୍ଗଲ ନିଆଁରେ ଜଳିଗଲେ ମହିଳା, ଜଙ୍ଗଲ ନିଆଁକୁ ଅଟକାଇବାକୁ ଲିଭାଉଥିଲେ।
କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ଶିକ୍ଷା ଆକାଉଣ୍ଟାଣ୍ଟ ମହମ୍ମଦ ଫିରୋଜ ଖାନ ସ୍ଵୟଂ ସହାୟକ ଗୋଷ୍ଠୀଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡିଲେ
ବାଙ୍ଗିରୀପୋଷୀ ଦ୍ବାରଶୁଣି ଘାଟିରେ ଦୁର୍ଘଟଣା, ବାପ-ପୁଅ ମୃତ।
ଆସନ୍ତା ୨୪ ଏବଂ ୨୫ ତାରିଖରେ ବନ୍ଦ ରହିବ ବ୍ୟାଙ୍କ, ୯ ଦଫା ଦାବିରେ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ ପକ୍ଷରୁ ଧର୍ମଘଟ
ମହାରାଷ୍ଟ୍ର କ୍ଲୋହାପୁରରେ କାର ଚଲାଇବା ବେଳେ ହୃଦଘାତ, ୯ ଗାଡ଼ିକୁ ଧକ୍କା ଦେଲେ ଚାଳକ।
କବାଡି ବିଶ୍ୱକପରେ ପୁରୁଷ ବର୍ଗରେ ଇଟାଲୀକୁ ୬୪-୨୨ରେ ପରାସ୍ତ କଲା ଭାରତ।
ଚନ୍ଦ୍ରଯାନ -୫ ପ୍ରକଳ୍ପକୁ କେନ୍ଦ୍ରର ମଞ୍ଜୁରୀ, ଏଥର ୨୫୦ କିଲୋ ଓଜନର ରୋଭର ପଠାଯିବ।
ଟ୍ରମ୍ପ-ପୁଟିନ ଆଲୋଚନା ପୂର୍ବରୁ ରୁଷର ଦାବି- ନାଟୋ ସଦସ୍ୟତାରୁ ୟୁକ୍ରେନକୁ ବାଦ ଦିଆଯାଉ।
ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରି ୮୫୫କୋଟିର କ୍ଷତି ସହିଲା ପିସିବି
ଆଜି ରାତିରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଫେରିବେ ସୁନୀତାଙ୍କ ସହ2 ୪ ମହାକାଶଚାରୀ।
=======================
ଆଜି ବିଶ୍ୱ ରିସାଇକ୍ଲିଙ୍ଗ ଦିବସ
ଆଜି ଜନ୍ମଦିନ: ଶଶୀ କପୁର, ଏକନାଥ ସୋଲକର, ରତ୍ନା ପାଠକ, ଆଲିଶା ଚିନାଇ, ନବୀନ ନିଶ୍ଚଲ, ଦେବେନ୍ଦ୍ର ଶର୍ମା (ଆଳି)
ଆଜି ତିରୋଧାନ: ଅଗଷ୍ଟସ ଡି ମୋରଗାନ
ଇତିହାସରେ ଆଜି: (୧୯୧୯) ଭାରତରେ ବ୍ରିଟିଶ ଦ୍ୱାରା ରୋଲାଟ ଆକ୍ଟ ପାରିତ/ (୧୯୪୦) ଆମେରିକା ଓ ଫ୍ରାନସ ବିରୁଦ୍ଧରେ ହିଟଲର ଓ ମୁସୋଲିନୀ ଙ୍କ ସନ୍ଧି
=======================
*ବନ୍ଦେ ଉତ୍କଳ ଜନନୀ*