May 10, 2026

ପୂର୍ତ୍ତ ବିଭାଗ ଯନ୍ତ୍ରୀ ଙ୍କୁ ଧମକ, ଭୟରେ ଯନ୍ତ୍ରୀ..

IMG-20250318-WA0009
Share

 

ସରକାରୀ ଅଧିକାରୀ ଙ୍କୁ ଧମକ, ଭୟ ରେ ଯନ୍ତ୍ରୀ, ଜଗତସିଂହପୁର ଜିଲ୍ଲା ତିର୍ତୋଲ ର ଜଇପୁର ନିକଟରେ ଥିବା ସହକାରୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରାସ୍ତା ଓ ଗୃହ ଉପ ବିଭାଗ ର ଯନ୍ତ୍ରୀ ବିନୟ କୁମାର ସାହୂ ଙ୍କୁ ଧମକ, ନିଜର କାର୍ଯ୍ୟ ଦକ୍ଷତା ଯୋଗୁଁ ସୁନାମ ଅର୍ଜନ କରିଥିବା ଯନ୍ତ୍ରୀ ନିଜର ସଚୋଟ ପଣିଆ ପାଇଁ ବେଶ ଜଣାଶୁଣା,

ତିର୍ତୋଲ କ୍ରୀଷ୍ଣା ନନ୍ଦ ପୁର ନିକଟରେ ପୂର୍ତ୍ତ ବିଭାଗ ର ଏକ ରାସ୍ତା କାମ ଚାଲିଥିବା ସମୟ ରେ ସେହି କାମ ଆମକୁ ଦିଅ କହି ଦୁଇ କଣ୍ଟ୍ରାକ୍ଟର ଧମାକାଇବା, ସୋସିଆଲ ମିଡ଼ିଆ ରେ ଫଟୋ ସହ ଧମକ ପୂର୍ଣ୍ଣ ବାର୍ତା ଦେବା, ହତ୍ୟା ଧମକ ଦେବା, ଉପର ଲେବୁଲ ରେ ହାତ ଥିବା କହି ବଦଳି କରିଦେବାର ଧମକ ଦେଇ ମାନସିକ ନିର୍ଯ୍ୟାତନା ଦେବା ଘଟଣା ଜଗତସିଂହପୁର ଜିଲ୍ଲା ରେ ଆଲୋଡନ ସୃଷ୍ଟି କରିଛି, ସରକାରୀ ଅଧିକାରୀ ମାନେ ନିଜକୁ ସୁରକ୍ଷିତ ମନେ କରୁ ନ ଥିବା ବେଳେ ଯନ୍ତ୍ରୀ ବିନୟ କୁମାର ସାହୁ ଆଇନ ର ଆଶ୍ରୟ ନେବା ସହ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି, ସରକାରୀ କର୍ମଚାରୀ ମାନେ ବିଭିନ୍ନ ନେତା କୁଜିନେତା ଙ୍କ ଚାପା ରେ ଚେପା ହୋଇଯାଉ ଥିବାବେଳେ ଜଗତସିଂହପୁର ଜିଲ୍ଲା ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଠିକ ଢଙ୍ଗରେ ହୋଇ ପାରୁନି, ଯଦି କେହି ସଚୋଟ ପଣିଆ ଦେଖାଇଲା ତାକୁ ଧମକ ଦେବା, ମାନସିକ ନିର୍ଯ୍ୟାତନା ଦେବା ଭଳି ସଂଗୀନ ଘଟଣା ସାମ୍ନାକୁ ଆସୁଛି, ଯନ୍ତ୍ରୀ ବିନୟ କୁମାର ସାହୁ ତିର୍ତୋଲ ଥାନା ରେ ଲିଖିତ ଅଭିଯୋଗ ଦେଲା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନ ଥିବା ସୂଚନା ମିଳିଛି, ଦେଖିବାକୁ ବାକି ରହିଲା ଭୟ ଓ ମାନସିକ ନିର୍ଯ୍ୟାତନା ର ଶିକାର ହୋଇଥିବା ଯନ୍ତ୍ରୀ ଙ୍କୁ କେବେ ନ୍ୟାୟ ମିଳୁଛି,

(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )