May 10, 2026

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡ଼କ୍ଟର ଦେବେନ୍ଦ୍ର ପ୍ରଧାନ ଙ୍କ ବିୟୋଗରେ ନବୀନ ପଟନାୟକ ଙ୍କ ଶୋକ 

IMG-20250318-WA0004
Share

ଭୁବନେଶ୍ୱର

୧୭ ମାର୍ଚ୍ଚ ୨୦୨୫

 

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟ ବିଜେପି ର ପୂର୍ବତନ ସଭାପତି ଡ଼କ୍ଟର ଦେବେନ୍ଦ୍ର ପ୍ରଧାନ ଙ୍କ ବିୟୋଗରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

 

ସ୍ବର୍ଗତ ଡ଼କ୍ଟର ପ୍ରଧାନ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଶ୍ରୀ ପଟନାୟକ କହିଛନ୍ତି ଯେ ସ୍ବର୍ଗତ ଡ଼କ୍ଟର ପ୍ରଧାନ ତାଙ୍କର ଅତୁଳନୀୟ ସାଂଗଠନିକ ଦକ୍ଷତା ଓ ଅମାୟିକ ବ୍ୟକ୍ତିତ୍ୱ ପାଇଁ ସ୍ମରଣୀୟ ହୋଇ ରହିବେ.ସ୍ବର୍ଗତ ଅଟଳବିହାରୀ

ବାଜପେୟୀ ଙ୍କ ମନ୍ତ୍ରୀମଣ୍ଡଳ ରେ ଜଣେ ମନ୍ତ୍ରୀ ଭାବରେ ଗୁରୁତ୍ୱପୂର୍ଣ ବିଭାଗ ଦାୟିତ୍ୱ ରେ କାର୍ଯ୍ୟ କରି ତାଙ୍କ ପ୍ରଶାସନିକ ଦକ୍ଷତା ର ମଧ୍ୟ ପରିଚୟ ଦେଇ ଯାଇଛନ୍ତି.

 

 

ଡ଼କ୍ଟର ପ୍ରଧାନଙ୍କ ବିୟୋଗରେ ରାଜ୍ୟ ଜଣେ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିତ୍ୱ ଓ ଲୋକପ୍ରିୟ ରାଜନେତା ଙ୍କୁ ହରାଇଲା ବୋଲି ଶ୍ରୀ ପଟନାୟକ ତାଙ୍କ ଶୋକ ବାର୍ତା ରେ କହିଛନ୍ତି.

 

ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ଶ୍ରୀ ପଟନାୟକ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।