ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା ସହ ଶପଥ ପାଠ ଅନୁଷ୍ଠିତ—
ମୋହନା –ଚଳିତ ବର୍ଷ ଅକ୍ଟୋବର ୨୮ ତାରିଖ ଠାରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶ ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ଆଜି ଦିବା ୧୧ ଘଟିକା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ସମସ୍ତ ଙ୍କୁ ଶପଥ ପାଠ କରାଇଥିଲେ।ଦୁର୍ନୀତି ବିକାଶ ର ମୁଖ୍ୟ ବାଧକ।ତେଣୁ ସମ୍ମିଳିତ ଭାବେ ରାଜ୍ୟର ଉନ୍ନତି ପାଇଁ ଦୁର୍ନୀତି ର ମୂଳୋତ୍ପାଟନ କରି ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ। ଓସୱ୍ବାନ କନଫେରେନ୍ସ କକ୍ଷରେ ଅନୁଷ୍ଠିତ ଏହି ଶପଥ ପାଠରେ ଜିଲ୍ଲାପାଳ ବିଜୟ କୁମାର ଦାସ ଏସପି , ଅତିରିକ୍ତ ଜିଲ୍ଲାପାଳ ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ , ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ,ପୌର ନିର୍ବାହୀ ଅଧିକାରୀ ,ଉପ ଜିଲ୍ଲାପାଳ ,ଡେପୁଟି କଲେକ୍ଟର, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ହୋଇ ଶପଥ ପାଠ କରିଥିଲେ। ଏହା ସଙ୍ଗେ ବ୍ଲକ ସ୍ତରରେ ବିଡିଓ ରାଜୀବ ଦାସ ସହର ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲେ। ଏହି ଶୋଭାଯାତ୍ରାରେ ବ୍ଲକ, ତହସିଲ, ଅଙ୍ଗନବାଡ଼ି ରେ କାର୍ଯ୍ୟରତ ଶତାଧିକ ଅଧିକାରୀ କର୍ମୀ ପରିକ୍ରମା କରି ସଚେତନ କରିଥିଲେ ଏବଂ ଦୁର୍ନୀତି ବିରୋଧୀ ଶପଥ ପାଠ କରିଥିଲେ।ସେହିପରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ସମସ୍ତ ଅଧିକାରୀ, କର୍ମଚାରୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଓ ଉପ ଜିଲ୍ଲାପାଳ ଦୁର୍ନୀତି ନିବାରଣ ଶପଥ ପାଠ କରାଇଥିଲେ।ଜିଲ୍ଲାର ସମସ୍ତ ବ୍ଲକ କାର୍ଯ୍ୟାଳୟର ଓସୱ୍ବାନ ହଲରେ ମଧ ବିଡ଼ିଓ, ତହସିଲଦାର,ସିଡିପିଓ ଓ ଅନ୍ୟାନ୍ୟ ଅଧିକାରୀ ଏବଂ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟାଳୟ, ଲାଇନ ଡିପାର୍ଟମେଣ୍ଟରେ ଏହି ଶପଥ ପାଠ ଏକ ସମୟରେ କରାଯାଇଥିଲା।ସମସ୍ତ ଶିକ୍ଷାନୁଷ୍ଠାନରେ ଏହି ପରି ଶପଥ ପାଠ କରାଯାଇଥିଲା।