April 29, 2026

ପାରଳାଖେମୁଣ୍ଡି ସ୍ଥିତ ବଡ଼ ରାଧାକାନ୍ତ ମଠ ଠାରେ ଗଜପତି ଜିଲ୍ଲା ବ୍ରାହ୍ମଣ ସମାଜର ବୈଠକ ଅନୁଷ୍ଠିତ 

IMG-20241028-WA0017
Share

 

ପାରଳାଖେମୁଣ୍ଡି:୨୮/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ବ୍ରାହ୍ମଣ ସମାଜର ଏକ ବୈଠକ ପାରଳାଖେମୁଣ୍ଡି ସ୍ଥିତ ବଡ ରାଧାକାନ୍ତ ମଠ ପରିସରରେ ଆବାହକ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବ୍ରହ୍ମପୁରରୁ ଆସିଥିବା ବ୍ରହ୍ମଚାରୀ ଅନୁରାଗ ଚୈତନ୍ୟ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ବ୍ରାହ୍ମଣ ମାନେ ଜାତି ମଧ୍ୟରେ ଶ୍ରେଷ୍ଠ ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବରିଷ୍ଠ ସଦସ୍ୟ ଅଶ୍ୱିନୀ କୁମାର ପାଢ଼ୀ ଓ ଭାଗବତ ପାଢ଼ୀ ଯୋଗ ଦେଇ ବ୍ରାହ୍ମଣ ସମାଜ ସଂଗଠିତ ହେଇ ସମାଜକୁ ଦିଗଦର୍ଶନ ଦେବା ପାଇଁ ଆହ୍ୱାନ କରିଥିଲେ। ଆସନ୍ତା ନଭେମ୍ବର ମାସ ୩ ତାରିଖରେ ଭୁବନେଶ୍ୱରଠାରେ ହେବାକୁ ଥିବା ବ୍ରାହ୍ମଣ ସମାଜର ବୈଠକରେ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ସ୍ଥିର କରାଗଲା। ଗଜେନ୍ଦ୍ର ପଣ୍ଡାଙ୍କୁ ସଂଘର ବାଇ ଲ ସଂଗ୍ରହ କରିବା ପାଇଁ ଦାୟିତ୍ଵ ପ୍ରଦାନ କରାଗଲା।ଏହି ବୈଠକରେ ବହୁ ସଂଖ୍ୟାରେ ସଦସ୍ୟ ମାନେ ଉପସ୍ଥିତ ହୋଇ ସଂଘକୁ କିପରି ସୃଦୃଢ଼ କରାଯାଇ ପାରିବ ସେ ବିଷୟରେ ମତାମତ ପ୍ରଦାନ କରିଥିଲେ। ଏଥି ସହ ବ୍ରାହ୍ମଣ ସଂଘର ସଦସ୍ୟତା ବୃଦ୍ଧି ନିମନ୍ତେ ବୈଠକରେ ସ୍ଥିର କରାଗଲା। ଆଗାମୀ ବୈଠକରେ ସଂଘର କର୍ମକର୍ତ୍ତା ନିର୍ବାଚନ ନିମନ୍ତେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ କରାଯାଇଥିଲା।ଏ‌ହି ସମସ୍ତ କାର୍ଯ୍ୟକ୍ରମକୁ ପଞ୍ଚାନନ ପଣ୍ଡା, ବିଷ୍ଣୁ ପଣ୍ଡା, ରୁପେଶ ସାହୁ, ମନୋଜ ଦାସ ଓ ଅନ୍ୟମାନେ ସହଯୋଗ କରିଥିବା ବେଳେ ରାଜେନ୍ଦ୍ର ରଥ ବୈଠକ ସଂଯୋଜନା ଦାୟିତ୍ବ ତୁଲାଇଥିଲେ।